କନକ ବ୍ୟୁରୋ: ରାଞ୍ଚିରେ ସିମ୍ ବକ୍ସର ଗୁମର ଖୋଜୁଛି ପୋଲିସ । ରାଜୁ ମଣ୍ଡଳକୁ ଝାଡଖଣ୍ଡ ନେଇ ଚାଲିଛି ଖୋଳତାଡ । ସେଠାରୁ ୫ଟି ସିମ୍ ବକ୍ସ ସେଟଅପ୍ ମିଳିଥିବା ସୂଚନା ମିଳିଛି । ବାଂଲାଦେଶୀ ଅସଦୁର ଜମାନକୁ ଗିରଫ ପାଇଁ ଇଣ୍ଟରପୋଲର ସହାୟତା ନେଇଛି ପୋଲିସ । ଭୁବନେଶ୍ୱର, କଟକ ପରେ ଝାଡଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡିଛି। ଗତକାଲି କମିଶନରେଟ ପୋଲିସ ଏହି ସୂଚନା ଦେଇଥିଲା । ଏହାପରେ ତଦନ୍ତକାରୀ ଟିମ୍ ସହିତ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାଡଖଣ୍ଡ ନିଆଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିଶନରେଟ ପୋଲିସ। ଭୁବନେଶ୍ୱର, କଟକରୁ ସିମ୍ ବକ୍ସ ମିଳିବା ପରେ ୫ ଦିନିଆ ପୋଲିସ ରିମାଣ୍ଡରେ ରହିଛି ରାଜୁ ମଣ୍ଡଳ। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡର ୨ଟି ଟିମ୍ ରାଞ୍ଚିରେ ପହଞ୍ଚିଛନ୍ତି । ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଧ୍ୟ ଆସି ଭୁବନେଶ୍ୱର ପହଞ୍ଚିବ ବୋଲି ସୂଚନା ରହିଛି। ଭୁବନେଶ୍ୱର, କଟକ ଓ ଝାଡ଼ଖଣ୍ଡରୁ ମୋଟ ୧୭ ଟି ସିମ୍ ବକ୍ସ ଜବତ କରିସାରିଲାଣି ପୋଲିସ।