କନକ ବ୍ୟୁରୋ : ନାମାଙ୍କନ ଭରିଲେ ସ୍ୱାଧୀନପ୍ରାର୍ଥୀ ରାଜୁ ଦାସ । ଧାମନଗରରେ ଦେଖିବାକୁ ମିଳିବ ସ୍ୱାଭିମାନର ଲଢେଇ । ବିଜେଡିରୁ ଅବନ୍ତୀ ଦାସ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେଡିର ପୂର୍ବତ୍ତନ ବିଧାୟକ ରାଜୁ ଦାସ ।
/kanak/media/post_attachments/wp-content/uploads/2022/10/Screen-Shot-2022-10-14-at-11.31.28-AM-300x215.png)
ରାଜୁ ଦାସ ଧାମନଗର ଉପନିର୍ବାଚନ ପାଇଁ ଅନ୍ୟତମ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ନଦେଇ ମହିଳା କାର୍ଡ ଖେଳିଛି । ଅବନ୍ତୀ ଦାସଙ୍କୁ ଦଳ ଧାମନଗର ଉପନିର୍ବାଚନ ଲଢିବା ପାଇଁ ଟିକେଟ୍ ଦେବା ପରେ ଅସନ୍ତୁଷ୍ଟ ରାଜୁ ଦାସ ସ୍ୱାଧୀନ ଭାବେ ଲଢିବା ପାଇଁ ନିସ୍ପତ୍ତି ନେଇଛନ୍ତି । ତେଣୁ ଧାମନଗରରେ ସ୍ୱାଭିମାନର ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2022/10/1-23.jpg)