ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜସ୍ଥାନ । ସଭା ମଞ୍ଚରୁ କଂଗ୍ରେସକୁ ସନାତନ ବିରୋଧୀ କହିଲେ ପ୍ରଧାନମନ୍ତ୍ରୀ । ପ୍ରିୟଙ୍କା କହିଲେ ବିଜେପି ପୁଞ୍ଜିପତିଙ୍କ ଦଳ

92

କନକ ବ୍ୟୁରୋ : ରାଜସ୍ଥାନରେ ସେପଟେ ଜୋରଦାର ପ୍ରଚାର କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଓ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ବୁଝି ବିଚାରି ଭୋଟ ଦେବାକୁ ରାଜସ୍ଥାନବାସୀଙ୍କୁ ଅପିଲ କରିଛନ୍ତି ପ୍ରିୟଙ୍କା । ବିଜେପି ପାଖରେ ପ୍ରସଙ୍ଗ ନାହିଁ କେବଳ ଧର୍ମ ନାଁରେ ଦଳ ଭୋଟ ମାଗେ । ଦେଶବାସୀଙ୍କୁ ଭ୍ରମିତ କରେ ।ଗରିବଙ୍କୁ ଲୁଟ କରି ନିଜ ପୁଂଜିପତି ବନ୍ଧୁଙ୍କ ପକେଟ ଭତି କରେ ବୋଲି ପ୍ରିୟଙ୍କା କହିଛନ୍ତି ।

ରାଜସ୍ଥାନରେ ଚାଲିଛି ଜୋରଦାର ପ୍ରଚାର । ପାଲୀ ଜନସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଶାଣିତ ଅନ୍ଦାଜରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ସନାତନ ଧର୍ମ ବିରୋଧୀ ହେଉଛି କଂଗ୍ରେସ । କଂଗ୍ରେସ ଏକ ଅଂହକାରୀ ଦଳ ଅଟେ । ସନାତନ ଧର୍ମକୁ ଧ୍ୱଂସ କରିବା ପାଇଁ ଦଳ ସବୁବେଳେ ପ୍ରୟାସ କରିଛି । ବଂଶବାଦର ଦଳ ଅଟେ କଂଗ୍ରେସ । ଯେବେଠୁ ରାଜସ୍ଥାନରେ କଂଗ୍ରେସ ସରକାର ଆସିଛି ସେବେଠୁ ରାଜ୍ୟର ପତନ ଚାଲିଛି । ଅନ୍ୟପଟେ ଦଳିତ ଓ ମହିଳାଙ୍କ ପ୍ରତି ଆପତିଜନକ ବୟାନ ଦେଇ ବିବାଦରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ମୋଦୀ ଟାର୍ଗେଟ କରିଛନ୍ତି