ରାଜନୀତିରେ ରାଜପରିବାର ! ଚଳିତ ନିର୍ବାଚନରେ ୪ ଜିତିଲେ, ୧୦ ହାରିଲେ

Advertisment
୫ ଦିନପରେ ବିଜେପୁର ପଲିଟିକାଲ୍ । ପେପର ପରୀକ୍ଷାରେ ସଫଳ ହେବାକୁ ଚାଲିଛି ସମରସଜ୍ଜା...

କନକ ବ୍ୟୁରୋ : ଓଡ଼ିଶା ରାଜନୀତିରେ ରାଜ ପରିବାରର ପ୍ରଭାବ ସବୁବେଳେ ରହି ଆସିଛି। ଏଥର ନିର୍ବାଚନରେ ତିନିଟି ଯାକ ପ୍ରମୁଖ ଦଳ ରାଜପରିବାରର ସଦସ୍ୟଙ୍କୁ ପ୍ରାର୍ଥୀ କରିଥିଲେ। ଆଳି ରାଜପରିବାରର ସଦସ୍ୟ ପ୍ରତାପ ଦେବ ଆଳି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ହୋଇଥିବା ପାରଳା ରାଜପରିବାର ସଦସ୍ୟା କଲ୍ୟାଣୀ ଗଜପତି ହାରିଛନ୍ତି। ପାଟଣା ରାଜପରିବାରରୁ ବିଜେଡି ଟିକେଟ୍ ପାଇଥିଲେ ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇ ପୁଅ କଳିକେଶ ସିଂହଦେଓ ଓ ଅର୍କେଶ ସିଂହଦେଓ।

publive-imageଉଭୟ ପରାଜୟର ସାମ୍ନା କରିଛନ୍ତି। ଏହି ରାଜପରିବାରରୁ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ବିଜେପି ଟିକେଟରେ ନିର୍ବାଚନକୁ ଓହ୍ଲାଇଥିଲେ। ସଙ୍ଗୀତା ବଲାଙ୍ଗୀର ଲୋକସଭା ଆସନରେ ଜିତିଥିଲା ବେଳେ କନକ ବର୍ଦ୍ଧନ ପାଟଣାଗଡ଼ ବିଧାନସଭା ଆସନରେ ହାରିଯାଇଛନ୍ତି। ସେହିପରି କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ପୁଷ୍ପେନ୍ଦ୍ର ସିଂହଦେଓ ପରାଜୟର ସାମ୍ନା କରିଛନ୍ତି।

କଳାହାଣ୍ଡି ମହାରାଜ ଉଦିତ ପ୍ରତାପ ଦେଓଙ୍କ ପୁଅ ଅନନ୍ତ ପ୍ରତାପ ଦେଓ ଚଳିତ ନିର୍ବାଚନରେ ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ଚିକିଟିରୁ ବିଜେଡି ପ୍ରାର୍ଥୀ ହୋଇଥିବା ଉଷା ଦେବୀ ବିଜୟଲାଭ କରିଛନ୍ତି। ସାନଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀ ପରାଜୟ ବରଣ କରିଛନ୍ତି। ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ନୀତେଶ ଗଙ୍ଗଦେବ ବିଜୟୀ ହୋଇଛନ୍ତି।

ଖଣ୍ଡପଡ଼ାରେ ରାଜପରିବାର ସଦସ୍ୟ ତଥା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ପରାଜୟ ବରଣ କରିଛନ୍ତି। କଂଗ୍ରେସରୁ ଢେଙ୍କାନାଳ ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ରାଜପୁର କର୍ଲାପାଟ ରାଜ ପରିବାରର ଅନିଲ ସିଂହଦେଓ ଏଥର ଜୁନାଗଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe