ବନ୍ଧା ହେଲେ ହାସ୍ୟ ଅଭିନେତା ରାଜପାଲ ଯାଦବ । ୩ ମାସ କାଳ ଜେଲରେ ସଜା କାଟିବାକୁ କୋର୍ଟର ନିର୍ଦ୍ଦେଶ

876

ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟ ଚେକ୍ ବାଉନ୍ସ ଅଭିଯୋଗରେ ତିନି ମାସ କାଳ ଜେଲଦଣ୍ଡା ଦେଶ ଶୁଣାଇଛନ୍ତି । ରାଜପାଲ ଯାଦବ ଟ୍ରାଏଲ କୋର୍ଟରେ ଏଗ୍ରିମେଂଟ କରିଥିବା ଧାର୍ଯ୍ୟ ଅର୍ଥରାଶି ଦେବାକୁ ବିଫଳ ହୋଇଛନ୍ତି ।  ଯାହା ଉପରେ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ ରାଜପାଲଙ୍କୁ ୩ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ୨୦୧୦ରେ ରାଜପାଳ ଯାଦବ ସୁରେନ୍ଦ୍ର ସିଂହ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୫ କୋଟି ଟଙ୍କା ଲୋନ ନେଇଥିଲେ । ଏହି ରକମକୁ ଫେରାଇବାକୁ ରାଜପାଲ ଆକ୍ସିସ ବ୍ୟାଙ୍କ ମୁମ୍ବାଇର ଏକ ଚେକ୍ ସୁରେନ୍ଦ୍ର ସିଂହକୁ ଦେଇଥିଲେ  । ଯାହାକି ସେପ୍ଟେମ୍ବର ୨୦୧୫ରେ ବ୍ୟାଙ୍କରେ ଜମା କରିବା ଦ୍ୱାରା ବାଉନ୍ସ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ  ବ୍ୟବସାୟୀ ଜଣକ କୋର୍ଟର ଆଶ୍ରୟ ନେଇଥିଲେ ।

କୋର୍ଟରେ ଚଳିତ ବର୍ଷ ଏଗ୍ରିମେଂଟ ହୋଇଥିଲା କି , ରାଜପାଲ ଯାଦବ ୧୦ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରିବେ ବୋଲି, ହେଲେ ଏହି ରକମ ରାଜପାଲ ଯାଦବ ଫେରାଇବାରେ ଅସମର୍ଥ ହୋଇଛନ୍ତି । ଯେଉଁଥି ପାଇଁ  କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଉଲ୍ଲେଖ ଥାଉ କି, ରାଜପାଲ ଯାଦବ ଏହି ଟଙ୍କା ୨୦୧୦ରେ ହିନ୍ଦି ସିନେମା ‘ଅତା ପତା ଲାପତା’ର ନିର୍ମାଣ ପାଇଁ ନେଇଥିଲେ ।