କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ରଜୌରୀ ଅନନ୍ତନାଗ ସେକ୍ଟରରେ ଆତଙ୍କବାଦୀ-ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ, ୩ଯବାନ ସହୀଦ ହୋଇଥିବା ସୂଚନା । ଆତଙ୍କୀଙ୍କୁ ନିପାତ ପାଇଁ ଭାରତୀୟ ସେନା ପକ୍ଷରୁ ଜୋରଦାର କରାଯାଇଛି ସର୍ଚ୍ଚ ଅପରେସନ । ରଜୌରୀ ଅଂଚଳରେ କିଛି ଆତଙ୍କୀ ଲୁଚି ରହିଥିବା ପରେ ଖବର ପାଇବା ପରେ ସେନା ପକ୍ଷରୁ ଆତଙ୍କୀ ଆଡ୍ଡା ଉପରକୁ ଗୁଳିମାଡ କରାଯାଇଥିଲା । ଆତଙ୍କୀଙ୍କ ସହ ଗୁଳି ବିନିମୟରେ ୩ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଧରାମସାଲର ବାଜିମାଲ ଅଚଳରେ ଭାରତୀୟ ସେନା ଓ ଜମ୍ମୁ ପୋଲିସ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି । ଏହା ପୂର୍ବରୁ ଗତ ୧୮ତାରିଖରେ ରଜୌରୀ ଅଂଚଳରେ ସର୍ଚ୍ଚ ଅପରେସନରେ ଭାରତୀୟ ଯବାନ ୫ଆତଙ୍କୀଙ୍କୁ ନିପାତ କରିଥିଲେ ।
ଜମ୍ମୁକାଶ୍ମୀରରେ ଚାଲିଛି ବଡ ଧରଣର ଏନକାଉଁଟର । ସେନା--ଆତଙ୍କୀ ଗୁଳିବିନିମୟରେ ୩ଜଣ ଭାରତୀୟ ଯବାନ ସହିଦ
/kanak/media/post_attachments/wp-content/uploads/2023/11/5-29.jpg)