ଶେଷ ରଜ ସାଙ୍ଗକୁ କୋହଲା ପାଗ: କରୋନା କଟକଣା ଭିତରେ ଫିକା ପଡିଲା ମଉଜ; ଘର ଭିତରେ ଚାଲିଛି ଦୋଳି ଖେଳ ଓ ପିଠାପଣାର ଆସର

ମାସ୍କ ଲଗାଇ ଓ ସାମାଜିକ ଦୂରତା ସହ ପାଳନ ହେଉଛି ଗଣପର୍ବ

536

କନକ ବ୍ୟୁରୋ: ଶେଷ ରଜ ସାଙ୍ଗକୁ କୋହଲା ପାଗ । ରଜର ମଜାକୁ ଦ୍ୱିଗୁଣିତ କରୁଛି । ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ଆଜିର ଦିନକୁ ଭୂମି ଦହନ ବା ଭୂଦାହ କୁହାଯାଏ । ରାଜ୍ୟରେ କରୋନା କଟକଣା ଜାରି ରହିଥିଲେ ମଧ୍ୟ ଲୋକେ ଏହାକୁ ପାଳନ କରି ନିଜ ଘରେ ରହି ଏବଂ ସାମାଜିକ ଦୂରତ୍ୱ ରକ୍ଷା କରି ରଜ ପର୍ବର ମଜା ଉଠାଉଛନ୍ତି । ରଜ ମିଠା, ପିଠା ଓ ପାନର ମହକରେ ଗାଁଠୁ ଆରମ୍ଭ କରି ସହର ଫାଟିପଡୁଛି ।

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।