ଆଜି ସଜବାଜ । ଗାଁଠୁ ସହର ସବୁଠି ଚାଲିଛି ରଜ ପ୍ରସ୍ତୁତି । ପିଠାପଣା ପ୍ରସ୍ତୁତି ସହ ସଜବାଜରେ ବ୍ୟସ୍ତ ହୋଇପଡିଛନ୍ତି ଯୁବତୀ । ରାତିପାହିଲେ ରଜ । ଗାଁଠୁ ସହର ସବୁ ଚଳଚଂଚଳ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି । ଘରେ ଘରେ ଏବେ ପୋଡ ପିଠାର ମହକ । ଚୁଲି ମୁଣ୍ଡରେ ଚାଲିଛି ପୋଡ ପିଠା ପ୍ରସ୍ତୁତି । ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର ମହକରେ ଫାଟି ପଡୁଛି ଗାଁ ଦାଣ୍ଡ । ରଜ ପାଳିବାକୁ ହାତରେ ମେହେନ୍ଦି , ଗୋଡରେ ଅଳତା ସହ ମୁଣ୍ଡରେ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଯୁବତୀ । ସେପଟେ ରଜକୁ ନେଇ ପିଲାଠୁ ବୁଢା ଯାଏଁ ସମସ୍ତେ ଏବେ ଲାଗିପଡିଛନ୍ତି ସଜବାଜରେ । ରଜ ଦୋଳି ଖେଳ ବିନା ରଜ ଅଧୁରା । ତେଣୁ ବାଉଁଶ କଟାଯାଇ ଚାଲିଛି ଦୋଳି ପ୍ରସ୍ତୁତି । କେବଳ ସେତିକି ନୁହେଁ ଲୁଡୁ ସହ ତାସ୍ ଖେଳ ବି ଜମିଲାଣି । ହେଲେ ଏସବୁ ଭିତରେ ଗୋଟିଏ ଜିନିଷର ରହିଛି ରଜରେ ବେଶ୍ ଚାହିଦା , ରଜ ପାନ କଥାରେ ଅଛି ରଜ ପାନ ବିନା ରଜର ମଜା ଫିକା । ତେଣୁ ଆଜିଠାରୁ ପାନ ଭାଙ୍ଗି ସାରିଲେଣି ଓଡିଆ ଘରଣୀ ।
ଆଧୁନିକତାର ସ୍ପର୍ଶରେ ଏବେ ବି ଗାଁ ଗହଳିର ଲୋକ ମାନେ ରଜ ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି । ଏହି ସମୟରେ ଚାଷୀ ତାର ଚାଷକାମ ଆରମ୍ଭ କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/Screen-Shot-2016-06-13-at-1.12.15-PM.png)