ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତି ଯାତ୍ରାରେ ବ୍ରେକ୍ ! ଲଢିବେନି ଲୋକସଭା ନିର୍ବାଚନ ।

199

ଦକ୍ଷିଣ ଭାରତର ମେଗାଷ୍ଟାର ତଥା ରାଜନେତା ରଜନୀକାନ୍ତ  ରାଜନୀତିରେ ପାଦ ଦେବାପରେ ହଟଚମଟ ସୃଷ୍ଟି ହୋଇଥିଲା । ହେଲେ ସେ ଆଜି ଯାହା ଘୋଷଣା କରିଛନ୍ତି ତାହା ବି ବେଶ୍ ଆଲୋଡନ କରିଛି । ରଜନୀକାନ୍ତ ଆଜି ଘୋଷଣା କରିଛନ୍ତି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ରଜନୀକାନ୍ତ କହିଛନ୍ତି ଯେ ସେ ରାଜନୀତିରେ କୌଣସି ଦଳକୁ ସମର୍ଥନ କରୁ ନଥିବା ହେତୁ ତାଙ୍କର ଫଟୋକୁ କେହି ବ୍ୟବହାର କରିବା ଅନୁଚିତ । ସେହିପରି କୌଣସି ଦଳ ପ୍ରଚାର ପାଇଁ ରଜନୀ ଫ୍ୟାନ୍ କ୍ଲବକୁବି ବ୍ୟବହାର କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିଥିଲେ । ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ, ସେ କୌଣସି ଦଳ ସହିତ ମେଣ୍ଟ କରିବେ  ଏବଂ ନିର୍ବାଚନ ମଇଦାନରେ ଓହ୍ଲାଇବେ। କିନ୍ତୁ ତାଙ୍କର ଏହି ଘୋଷଣା ରାଜନୀତିରେ କି ହଟଚମଟ ସୃଷ୍ଟି କରୁଛି , ତାହା ଦେଖିବାର କଥା।