କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜନାଥ ସିଂ କହିଛନ୍ତି, ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ମାରିବୁ । ଯଦି କୌଣସି ଆତଙ୍କବାଦୀ ଭାରତର ଶାନ୍ତିରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରନ୍ତି ତେବେ ତାଙ୍କୁ ମୁହଁତୋଡ ଜବାବ ଦିଆଯିବ ।
ରାଜନାଥ କହିଛନ୍ତି, ଯଦି କୌଣସି ଆତଙ୍କବାଦୀ ଭାରତରେ ଅଘଟଣ ଘଟାଇ ପାକିସ୍ତାନ ଚାଲିଯାଏ ତେବେ ପାକିସ୍ତାନ ମାଟିରେ ତାଙ୍କୁ ମାରିକି ଆସିବୁ । ଭାରତ ପାଖରେ ସେହି କ୍ଷମତା ଅଛି ଏବଂ ପାକିସ୍ତାନ ଏହାକୁ ବୁଝି ସାରିଲାଣି । ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ପିଓକେ ପୂର୍ବରୁ ଭାରତର ଥିଲା ଏବଂ ଆଜି ମଧ୍ୟ ଭାରତର ଅଛି । ଭାରତ ସହ ଆସିବାକୁ ପିଓକେ ଲୋକ ଚାହୁଁଛନ୍ତି । ଏଥିପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ପ୍ରଦର୍ଶନ କରି ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/rajnath-singh-latest.jpg)