ପ୍ରତିରକ୍ଷା ମନ୍ତ୍ରୀ ହେବା ପରେ ସିୟାଚିନ୍ ଓ ଶ୍ରୀନଗର ଗସ୍ତରେ ରାଜନାଥ ସିଂହ : ଆତଙ୍କ ବିରୋଧୀ ଅଭିଯାନ ସଂପର୍କରେ ହେବେ ଅବଗତ 

106

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ହେବା ପରେ ରାଜନାଥ ସିଂହ ଆଜି ନିଜର ପ୍ରଥମ ଗସ୍ତରେ ସିୟାଚିନ୍ ଗ୍ଲେସିୟର ଯିବେ । ଏହାସହିତ ଶ୍ରୀନଗର ଗସ୍ତ ମଧ୍ୟ କରିବେ । ସେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିରୋଧକ ଅଭିଯାନ ସଂପର୍କରେ ବୁଝାବୁଝି କରିବା ପରେ ପାକିସ୍ତାନ ସହିତ ଲାଗିଥିବା ସୀମାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ତଦାରଖ କରିବେ । ରାଜନାଥ ସିଂହ ରକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ଗ୍ରହଣ କଲାପରେ ପ୍ରଥମ ଯାତ୍ରାରେ ସର୍ବପ୍ରଥମେ ସିୟାଚିନ୍ ଗ୍ଲେସିୟର ଯିବେ । ଯାହାକୁ ଦୁନିଆର ସବୁଠାରୁ ବିପଦଜନକ ଯୁଦ୍ଧ କ୍ଷେତ୍ର କୁହାଯାଏ । ସେଠି ଫିଲ୍ଡ କମାଣ୍ଡର ଓ ଯବାନଙ୍କ ସହ କଥାବାର୍ତ୍ତା କରିବେ । ରାଜନାଥଙ୍କ ସହ ସେନା ପ୍ରମୁଖ ବିପିନ ରାୱତ ମଧ୍ୟ ରହିବେ ।

ସୂଚନାଯୋଗ୍ୟ, ରାଜନାଥ ସିଂହ ସିୟାଚିନ୍ ଓ ଶ୍ରୀନଗର ଯିବେ । ଯେଉଁଠି ଉତ୍ତର ସୈନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଓ ଲେହ ସ୍ଥିତ ୧୪ କୋରର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାଇ କେ ଯୋଶୀ ତାଙ୍କୁ ପାକିସ୍ତାନକୁ ଲାଗିଥିବା ସୀମା ସୁରକ୍ଷା ଅବସ୍ଥା ସଂପର୍କରେ ଓ ଆତଙ୍କବାଦ ବିରୋଧୀ ଅଭିଯାନ ବିଷୟରେ ସୂଚନା ଦେବେ ।