କନକ ବ୍ୟୁରୋ : ରାଜନାଥ ସିଂଙ୍କ ମିଶନ ବର୍ଡର ଗସ୍ତର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ଲଦାଖ ଏଲଏସିରେ ସେନାର ପ୍ରସ୍ତୁତି ତଦାରଖ କରିବା ସହ ରାଜନାଥ କରିଥିଲେ ସ୍ଥିତି ସମୀକ୍ଷା । ଏହା ପରେ ଫେରି ଆସିଥିଲେ ଶ୍ରୀନଗର । ଏଠାରେ ସେନା ଅଧିକାରୀଙ୍କ ସହ ଏଲଓସିର ସୀମା ସୁରକ୍ଷା ସ୍ଥିତି ନେଇ ସେ ଆଲୋଚନା କରିଛନ୍ତି । publive-image

Advertisment

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଏଲଓସିର କିଛି ଅଂଚଳ ଗସ୍ତ କରି ସୀମାରେ ଯବାନଙ୍କ ମନୋବଳ ବୃଦ୍ଧି କରିବା କାର୍ଯ୍ୟସୂଚୀ ରହିଛି । ଗତ କିଛି ମାସ ହେଲା ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲଂଘନ ସହ ଆତଙ୍କୀ ଅନୁପ୍ରବେଶ ପାଇଁ ଏଲଓସିରେ ଜୋରଦାର ଉଦ୍ୟମ ହେଉଛି । ଏହାରି ଭିତରେ ଭାରତୀୟ ସେନା ଆଲର୍ଟ ରହି ଏହାର କଡା ଜବାବ ଦେଉଛି । ଏସବୁ ଭିତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଲଓସି ଗସ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।