ରୋଗରେ ପଡି ମେଡିକାଲରେ ମୋ ମା’ଙ୍କର ମୃତ୍ୟୁ ହୋଇଗଲା ହେଲେ କଂଗ୍ରେସ ସରକାର ମୋତେ ପାରୋଲ ଦେଇନଥିଲା : ରାଜନାଥ ସିଂ

505

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ସମୟରେ ଦେଶରେ କିଭଳି ଏକଛତ୍ରବାଦ ଶାସନ ଚାଲିଥିଲା ତାହା ଉପରେ ଦୃଷ୍ଟିପାତ କରିଛନ୍ତି ରାଜନାଥ । ସେ କହିଛନ୍ତି କି, ଯେଉଁ ଲୋକମାନେ ଦେଶରେ ଆପାତକାଳ ଲଗାଇଥିଲେ ସେହିଲୋକମାନେ ଆଜି ବିଜେପି ଉପରେ ଏକଛତ୍ରବାଦ ଶାସନର ଅଭିଯୋଗ ଆଣୁଛନ୍ତି । ଇମରଜେନ୍ସି ବାବଦରେ କହିବାକୁ ଯାଇ ରାଜନାଥ ସିଂ ଭାବବିହ୍ୱଳ ହୋଇପଡିଥିଲେ । ସେ କହିଥିଲେ କି ଇମରଜେନ୍ସି ବେଳେ ତାଙ୍କୁ କଂଗ୍ରେସ ସରକାର ଗିରଫ କରି ଜେଲରେ ରଖିଥିଲା । ଏହି ଅବଧି ମଧ୍ୟରେ ତାଙ୍କ ମା ରୋଗରେ ପଡି ଦୀର୍ଘଦିନ ମେଡିକାଲରେ ଚିକିତ୍ସିତ ହେଉଥିଲେ ଓ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ କଂଗ୍ରେସ ସରକାର ତାଙ୍କ ତାଙ୍କ ମା’ଙ୍କ ଶେଷଦର୍ଶନ କରିବାର ସୁଯୋଗ ଦେଇନଥିଲା କି ସରକାରଙ୍କ ପ୍ରରୋଚନାରେ କୋର୍ଟ ତାଙ୍କୁ ପାରୋଲ ଦେଇନଥିଲା ।

ସେପଟେ ରାଜନାଥ ସିଂ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ଯଦି ଆତଙ୍କବାଦୀଙ୍କ ସହାୟତାରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟାକରେ ତେବେ ତାକୁ ବହୁମୂଲ୍ୟ ଦେବାକୁ ପଡିବ । ଏହାସହ ପାକିସ୍ତାନ ଯଦି ଆତଙ୍କବାଦୀଙ୍କୁ ନିପାତ କରିବାରେ ଅକ୍ଷମ ତେବେ ଭାରତର ସାହାଯ୍ୟ ନେଇ ଆତଙ୍କବାଦୀଙ୍କୁ ନିପାତ କରିପାରିବ ।