ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ଯଦି ବାଲାକୋଟରେ ସକ୍ରିୟ ହୁଅନ୍ତି ଆତଙ୍କୀ, ତାଙ୍କୁ ଜବାବ୍ ଦେବାପାଇଁ ପ୍ରସ୍ତୁତ ରହିଛି ସେନା

1,164

କନକ ବ୍ୟୁରୋ: ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ ! ବାଲାକୋଟରେ ପୁଣି ଆତଙ୍କବାଦୀ ସକ୍ରିୟ ହେବା ପ୍ରସଙ୍ଗରେ ବଡ ବୟାନ ଦେଲେ ରାଜନାଥ ସିଂହ । କହିଲେ, ଚିନ୍ତା କରିବାର ଆବଶ୍ୟକତା ନାହିଁ, ଆମ ସେନା ପୁରାପୂରି ପ୍ରସ୍ତୁତ ଅଛନ୍ତି । ଏହାସହ ଜାତୀୟ ସରକ୍ଷାକୁ ନେଇ ସାମ୍ନାରେ ଥିବା ସବୁ ପ୍ରକାର ଚ୍ୟାଲେଂଜ ସହ ମୁକାବିଲା କରିବାରେ ଆମ ଯବାନ ପ୍ରସ୍ତୁତ ଏବଂ ସେମାନେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବେ । ସେନେଇ ସେନା, ବାୟୁସେନା ଓ ନୌସେନା ପ୍ରସ୍ତୁତ ଥିବା ରାଜନାଥ ସିଂହ କହିଛନ୍ତି ।

ଅନ୍ୟପଟେ ଗତ କିଛିଦିନ ପୂର୍ବେ ସେନା ମୁଖ୍ୟ ବିପିନ୍ ରାୱତ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ । ଜେନେରାଲ ରାୱତ କହିଥିଲେ ଏୟାରଷ୍ଟ୍ରାଇକକୁ କାହିଁକି ରିପିଟ କରାଯିବ । ଯଦି ଆତଙ୍କୀ ସଂଗଠନ ଭାରତ ବିରୋଧରେ କୌଣସି ଷଡ଼ଯନ୍ତ୍ର କରିନ୍ତି ତେବେ ସେମାନଙ୍କୁ ଉଚିତ୍ ଜାବାବ୍ ଦେବାକୁ ସୀମାରେ ସେନା ପୁରା ପ୍ରସ୍ତୁତ ଅଛି । ଏପରିକି ନିୟନ୍ତ୍ରଣ ରେଖାରେ ଅଧିକରୁ ଅଧିକ ସୈନିକ ମୂତୟନ ଥିବା ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଥିଲେ ।

ସେପଟେ ଆତଙ୍କୀ ସଂଗଠନ ମାନେ ଦିନକୁ ଦିନ ପାକ୍ ଛତ୍ରଛାୟା ତଳେ ବଢ଼ୁଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏନେଇ ବିଭିନ୍ନ ସମୟରେ ବିଶ୍ୱ ଦରବାରରେ ଲଜ୍ଜିତ ମଧ୍ୟ ହୋଇଛି ପାକ୍ । ଆଉ ପାକ୍ ପ୍ରତି ଶକ୍ତିଶାଳୀ ରାଷ୍ଟ୍ରମାନେ ନିଜର କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ଆଉ ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୟାନ ଆତଙ୍କୀ ସଂଗଠନର ଛାତି ଦୋହଲାଇ ଦେଇଛି ।