ଭାରତ-ଚୀନ ଉତ୍ତେଜନା ମଧ୍ୟରେ ରାଜନାଥ ସିଂଙ୍କ ମିଶନ ବର୍ଡର: ଲେହ ପେଙ୍ଗଙ୍ଗ ହ୍ରଦ ନିକଟରେ ଏଲଏସିରେ ସୀମା ସ୍ଥିତି ସମୀକ୍ଷା; ପ୍ରତିରକ୍ଷା ମନ୍ତ୍ରୀ କହିଲେ ଶତ୍ରୁ ହାତକୁ ଯିବନି ଦେଶର ଇଂଚେ ଜାଗା

ଷ୍ଟକନାରେ ସମୁଦ୍ରପତନରୁ ୧୦ ହଜାର ଫୁଟ ଉପରେ ପାରା କମାଣ୍ଡାଂଟ ଦେଖାଇଲେ ଯୁଦ୍ଧ କୌଶଳ

290

କନକ ବ୍ୟୁରୋ: ରାଜନାଥଙ୍କ ମିଶନ ବର୍ଡର । ୨ ଦିନିଆ ଲଦାଖ ଓ ଜାମ୍ମୁକାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ଏହି ଗସ୍ତରେ ଲଦାଖରେ ପହଁଚି ସୀମାରେ ସ୍ଥିତି ସମୀକ୍ଷା କରିଛନ୍ତି ରାଜନାଥା ସମୁଦ୍ରପତନରୁ ହଜାର ହଜାର ଫୁଟ ଉଚ୍ଚ ଘାଟିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି ଉପସ୍ଥିତି ସୀମାରେ ସେନାର ମନୋବଳ ବଢାଇଛି । ଏହି ଅବସରରେ ଲଦାଖର ଷ୍ଟକନାରେ ଭାରତୀୟ ବାୟୁସେନା ଓ ସ୍ଥଳସେନା ପକ୍ଷରୁ ପ୍ରାୟ ଅଧ ଘଂଟା ଧରି ମିଳିତ ସମରାଭ୍ୟାସ ହୋଇଥିଲା । ପ୍ରତିକୂଳ ସ୍ଥିତିରେ ପାହାଡିଆ ଘାଟିରେ ଶତ୍ରୁପକ୍ଷକୁ କେମିତି ଦିଆଯିବ ଜବାବ ସେନା ଦେଖାଇଥିଲା ତାର ନମୂନା । ଲଦାଖ ସ୍କାଉଟ୍ ସଦସ୍ୟ, ଭାରତୀୟ ବାୟୁସେନା, ପାରା କମାଣ୍ଡୋ ତଥା ସ୍ଥଳ ସେନା ଏଥିରେ ସାମିଲ ହୋଇଥିଲେ । ପାରାଚୁଟରେ କିପରି ଘାଟିରେ ଅବତରଣ କରିଥାନ୍ତି ପାରା କମାଣ୍ଡୋ ତାହାର ଝଲକ ଦେଖିବାକୁ ମିଳିଛି ।

ଆପାଚୀ ହେଲିକପ୍ଟର , ସାମରିକ ସାମଗ୍ରୀ ପରିବହନ କରୁଥିବା ବିମାନ ସହିତ ଘାଟି ଉପରେ ଚକ୍କର ମାରିଥିଲା ଯୁଦ୍ଧ ବିମାନ । ଏହି ବିମାନ ବଡ ବଡ ଟ୍ୟାଙ୍କକୁ ବି ଘାଟି ଉପରକୁ ଟେକି ନେବା ସହି ଶତ୍ରୁ ପକ୍ଷର ଟ୍ୟାଙ୍କକୁ ବି ଧ୍ୱଂସ କରିବାର କ୍ଷମତା ରଖିଛି । ଘାଟି ଉପରେ ଶକ୍ତି ଦେଖାଇଥିଲା ଯୁଦ୍ଧ ଟ୍ୟାଙ୍କ । ଅତି କଠୋର ସ୍ଥିତିରେ ପାରା କମାଣ୍ଡୋ କିପରି ଘାଟି ଉପରେ ଶତ୍ରୁକୁ ମୁକାବିଲା କରିବେ ତାହାର ଝଲକ ବି ଦେଖାଇଥିଲେ । ସୀମାର ଆଗୁଆ ଘାଟି ଷ୍ଟକନାରେ ଭାରତୀୟ ସେନାର ସମରାଭ୍ୟାସ , ଏଲଏସିରେ ଥିବା ଚୀନକୁ ସ୍ପଷ୍ଟ ବାର୍ତା ପ୍ରଦାନ କରିଛି, ଭାରତ ଏହାର ସୀମାର ସୁରକ୍ଷା ପାଇଁ ସବୁବେଳେ ପ୍ରସ୍ତୁତ ରହିଛି ।

ସମୁଦ୍ର ପତ୍ତନରୁ ୧୦ ହଜାର ଫୁଟ ଉଚ୍ଚରେ ବି ଭାରତୀୟ ସେନା କିପରି ଲଢିବାକୁ ହୁଏ, କିପରି ପ୍ରସ୍ତୁତି କରିବାକୁ ହୁଏ ରାଜନାଥଙ୍କ ଆଗରେ ତାହାର ଝଲକ ଦେଖାଇଥିଲେ । ଏହି ଅବସରରେ ରାଜନାଥ ଲଦାଖ ସୀମାନ୍ତ ଏଲଏସିରେ ସେନାଙ୍କୁ ସଂବୋଧିତ କରିଛନ୍ତି । କହିଛନ୍ତି ଭାରତର ଇଂଚେ ବି ଜାଗା କେହି ନେଇପାରିବେ ନାହିଁ । ଏହା ଉପରେ ଆଖି ପକାଇଲେ ଭାରତୀୟ ସେନା କିପରି ଜବାବ ଦେବାକୁ ହୁଏ, ତାହା ଠିକ୍ ଭାବେ ଜାଣିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥଙ୍କ ଏହି ଗସ୍ତରେ ସିଡିଏସ ଜେନେରାଲ ବିପିନ୍ ରାୱତ୍ ଏବଂ ସ୍ଥଳ ସେନା ମୁଖ୍ୟ ଏମଏମ ନରବଣେ ମଧ୍ୟ ସାମିଲ ଅଛନ୍ତି । ଏହି ଅବସରରେ ରାଜନାଥପୂର୍ବ ଲଦାଖର ପ୍ୟାଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ଲୁକୁଙ୍ଗ ପୋଷ୍ଟ ଯାଇ ଏଲଓସିର ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଆଜି ଲଦାଖ ଏଲଏସିରେ ସୀମା ସ୍ଥିତି ସମୀକ୍ଷା ପରେ ଆସନ୍ତାକାଲି ଶ୍ରୀନଗର ଗସ୍ତ କରି ସେଠାରେ ଏଲଓସିର ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ।