କନକ ବ୍ୟୁରୋ : ଶ୍ରୀନଗର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ସେନାଙ୍କ ଦ୍ୱାରା ଆୟୋଜିତ ‘ସୈାର୍ଯ୍ୟ ଦିବସ’ କାର୍ଯ୍ୟକ୍ରମରେ ରାଜନାଥ ସିଂ ଯୋଗ ଦେଇଛନ୍ତି । ଏହା ପରେ ଲଦାଖ ଲେହକୁ ଦୁଇ ଦିନିଆ ଗସ୍ତରେ ଯିବାର ସୂଚନା ଦେଇଛନ୍ତି । ୭୬ ତମ ଇନଫାଣ୍ଟ୍ରି ଦିବସ ଅବସରରେ ଭାରତୀୟ ସେନାଙ୍କୁ ଓ ତାଙ୍କ ପରିବାରଙ୍କୁ ପ୍ରଂଶସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱ ସେନାଙ୍କ ସାହସିକତା , ତ୍ୟାଗ ଓ ସେବାକୁ ସଲାମ ଜଣାଉଛି ବୋଲି ରାଜନାଥ ସିଂହ କହିଛନ୍ତି ।
ଭାରତୀୟ ସେନା ପ୍ରତିବର୍ଷ ଅକ୍ଟୋବର ୨୭କୁ ଇନଫାଣ୍ଟ୍ରି ଦିବସ ରୂପେ ପାଳନ କରାଯାଏ । ଏହି ଦିନ ଶିଖ ରେଜିମେଣ୍ଟର ପ୍ରଥମ ବାଟାଲିୟନ ଶ୍ରୀନଗର ଏୟାରବେସରେ ଅବତରଣ କରିଥିଲା । ଏବଂ ପାକିସ୍ତାନୀ ସେନାର ମନ୍ଦ ଯୋଜନାକୁ ରୋକିବା ପାଇଁ ଦୃଢ଼ ଏବଂ ଅସାଧାରଣ ସାହସ ପ୍ରଦର୍ଶନ କରିଥିଲା । ଅନ୍ୟପଟେ ପାକିସ୍ତାନ ବିଷୟରେ ମତ ରଖିଛନ୍ତି ରାଜନାଥ ସିଂ । ସେ କହିଛନ୍ତି ଅମାନବୀୟ ଘଟଣା ପାଇଁ ପାକିସ୍ତାନ ସମ୍ପୂର୍ଣ୍ଣ ଦାୟୀ । ପାକିସ୍ତାନରେ ଅତ୍ୟାଚାରର ବୀଜ ବୁଣୁଥିବା ପାକିସ୍ତାନକୁ ଆଗାମୀ ସମୟରେ ବିପଦ ସାମ୍ନା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।