ଆତଙ୍କବାଦ ବନ୍ଦ କର ! ନଚେତ୍ ଆଗକୁ ଖଣ୍ଡବିଖଣ୍ଡିତ ହୋଇଯିବ ପଡୋଶୀ ଦେଶ : ପୁଣି ପାକିସ୍ତାନକୁ କଲେ ଟାର୍ଗେଟ୍

409

କନକ ବ୍ୟୁରୋ : ପାକିସ୍ତାନକୁ ରାଜନାଥଙ୍କ କଡା ଚେତାବନୀ । ଆତଙ୍କବାଦ୍ ଉପରେ ଲଗାମ୍ ଲଗାଅ, ନହେଲେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ପାକିସ୍ତାନ । ଆତଙ୍କବାଦ ପ୍ରସଙ୍ଗକୁ ନେଇ ରାଜନାଥ ପୁଣି ଥରେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି , ଆତଙ୍କବାଦ ଉପରେ ପାକିସ୍ତାନ ରୋକ୍ ନଲଗାଇଲେ, ତାକୁ ଖଣ୍ଡ ଖଣ୍ଡ ହୋଇ ଭାଂଗିବାରୁ କେହି ରକ୍ଷା କରି ପାରିବେନି । ରାଜନାଥ କହିଛନ୍ତି ଭାରତରେ ଅଳ୍ପସଂଖ୍ୟକ ସୁରକ୍ଷିତ ଥିଲେ ଓ ଏବେ ବି ଅଛନ୍ତି , ଆଗକୁ ବି ରହିବେ । ଭାରତ ଜାତି ଓ ଧର୍ମକୁ ନେଇ ଲୋକଙ୍କୁ ବିଭାଜିତ କରେନାହିଁ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ପର ଠାରୁ ପାକିସ୍ତାନର ମୁଣ୍ଡ ବିନ୍ଧା ଆରମ୍ଭ ହୋଇ ଯାଇଛି ।

ପାକିସ୍ତାନ ମିଳିତ ଜାତିସଂଘକୁ ଯାଇ ବାରମ୍ୱାର ମିଥ୍ୟା ଅଭିଯୋଗ ଆଣୁଛି । ଗତ ୧୦ ଓ ୧୧ ତାରିଖରେ ପାକିସ୍ତାନ ଏଲଓସିରେ ଅସ୍ତ୍ରବିରତି ଉଲଂଘନ ବେଳେ ଭାରତୀୟ ସେନା ଗୁଳିରେ ନିହତ ପାକ୍ ରେଂଜର୍ସଙ୍କ ଶବ ନେବାକୁ ଭାରତକୁ ଦେଖାଇଥିଲା ଧଳାପତାକା ଓ ମୃତ ସୈନିକଙ୍କ ଶବ ନେଇଥିଲା । ପ୍ରକୃତରେ ଏହି ମୃତ ପାକ୍ ରେଞ୍ଜର୍ସ ଥିଲେ ପାକ୍ ର ପଂଜାବ ପ୍ରୋଭିନ୍ସର । ହେଲେ ଜୁଲାଇ ୩୦ରେ ନିହତ ୫ ବ୍ୟାଟ୍ ସୈନିକଙ୍କ ଶବ ନେବାକୁ ମନା କରିଦେଇଥିଲା । କାରଣ ସେମାନେ ଥିଲେ ପିଓକେର ଓ ପସ୍ତୁନ୍ ସଂପ୍ରଦାୟର । ପାକିସ୍ତାନ କେବଳ ଧର୍ମଭିତିରେ କରୁଥିବା ବ୍ୟବହାରକୁ ନିନ୍ଦା କରି ରାଜନାଥ ଏପରି ଟିପ୍ପଣୀ ଦେଇଛନ୍ତି ।