ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ମଧ୍ୟରାତ୍ରିରେ ତ୍ରିଦିବସୀୟ ଗସ୍ତରେ ପ୍ୟାରିସ୍ ଯାଇଛନ୍ତି । ୩୬ ରାଫେଲ୍ ଜେଟ୍ ବିମାନ ଭିତରେ ରକ୍ଷାମନ୍ତ୍ରୀ ପ୍ରଥମ ବିମାନ ପ୍ରାପ୍ତ କରିବେ ଏବଂ ଆଜି ରାଫେଲରେ ବିମାନ ଉଡାଇବେ । ଏହାପୂର୍ବରୁ ରକ୍ଷାମନ୍ତ୍ରୀ ମଙ୍ଗଳବାର ପ୍ୟାରିସ୍ ରେ ଫ୍ରାନ୍ସ ରାଷ୍ଟ୍ରପତି ଏମେନୁଏଲ୍ ମେକ୍ରୋ ସହ ବୈଠକ କରିଥିଲେ । ରାଜନାଥ ସୋମବାର ପ୍ୟାରିସ୍ ପହଁଚିବା ପରେ ଏନେଇ ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଥିଲେ । ଆଜି ରକ୍ଷାମନ୍ତ୍ରୀ ଫ୍ରାନ୍ସ ବନ୍ଦରଗାହ ସହରର ବୋର୍ଡୋକ୍ସ ଗସ୍ତ କରିବେ । ସେଠାରେ ଆୟୋଜନ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଥମ ରାଫେଲ୍ ଜେଟ୍ ବିମାନ ପ୍ରାପ୍ତ କରିବେ । ଏହି କାର୍ଯ୍ୟକ୍ରମରେ ରାଫେଲ୍ ଜେଟ୍ ନିର୍ମାତା ଦସା ଏବିଏସନ୍ ର ଶୀର୍ଷ ଅଧିକାରୀ ଉପସ୍ଥିତ ରହିବେ । ଅଧିକାରୀଙ୍କ କହିବା ମୁତାବକ , ଜେଟ୍ ପ୍ରାପ୍ତ କରିବା ପରେ ରାଜନାଥ ସିଂହ ଦଶହରାରେ ଶସ୍ତ୍ର ପୂଜା କରିବେ ଏବଂ ପରେ ବିମାନ ଉଡାଇବେ ।
ରାଫେଲ୍ ବିମାନକୁ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ବୋର୍ଡୋକ୍ସର ମେରିଗ୍ରେକ୍ ରେ ଦଶା ଏବିଏସନ୍ ପରିସରରେ ହେବାକୁ ଯାଉଛି । ଏହି ସ୍ଥାନ ପ୍ୟାରିସ୍ ରୁ ପାଖାପାଖି ୫୯୦ କି.ମି. ଦୂରରେ ଅବସ୍ଥିତ । ତେବେ ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ୩୬ ରାଫେଲ୍ ଜେଟ୍ ମଧ୍ୟରୁ ପ୍ରଥମ ବିମାନକୁ ପ୍ରାପ୍ତ କରିବେ । କିନ୍ତୁ ଆଉ ଚାରୋଟି ବିମାନ ଆସନ୍ତାବର୍ଷ ମଇ ମାସରେ ଭାରତ ଆସିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/images-9-1.jpg)
/kanak/media/post_attachments/wp-content/uploads/2019/10/images-10-1-300x168.jpg)