କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ଗତ କିଛି ଦିନ ହେବ ବଲାଙ୍ଗୀର, କନ୍ଧମାଳରେ ହୋଇଥିବା ମାଓ ଅପରେସନରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି ରାଜନାଥ ସିଂ । ମାଓ ଦମନ କ୍ଷେତ୍ରରେ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର ପାଇଥିବା ସଫଳତାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଟେଲିଫୋନ ଯୋଗେ ମାଓ ନିୟନ୍ତ୍ରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମାଓ ଦମନ କ୍ଷେତ୍ରରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଦୃଷ୍ଟାନ୍ତ ମୂଳକ ପଦେକ୍ଷପକୁ ଉଚ୍ଚ ପ୍ରଂଶସା କରିଛନ୍ତି ରାଜନାଥ ସିଂ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/3369.jpg)
/kanak/media/post_attachments/wp-content/uploads/2018/05/1172_Odisha_Chief_Minister-300x146.jpg)