କନକ ବ୍ୟୁରୋ : ଦିନରେ ଭିକ୍ଷାବୃତିଚ ରାତିରେ ଚୋରୀ । ଭିକ୍ଷାବୃତି କରୁଥିବା କେଳା ସଂପ୍ରଦାୟର ବ୍ୟକ୍ତିମାନେ କିପରି ଘରେ ପଶି କଳା କନା ବୁଲାଇ ପାରନ୍ତି ତାର ଏକ ଚିତ୍ର ରାଜନଗରରେ ଦେଖିବାକୁ ମିଳିଛି । ୫ ଜଣ ଦୃର୍ବୁତଙ୍କୁ ଗିରଫ କରି ରାଜନଗର ପୋଲିସ ଏହାର ପର୍ଦ୍ଦାଫାସ କରିଛି । ସାମ୍ବାଦିକ ସମ୍ମିଳନୀ ପୁରା ଘଟଣାର ବିସ୍ତୃତ ସୂଚନା ଦେଇଛି । ପୋଲିସର ସୂଚନା ମୁତାବକ ଗତ ଅଗଷ୍ଟ ୧୮ ତାରିଖ ରାତିରେ ରାଜନଗର ଜଣେ ବ୍ୟକ୍ତିଙ୍କ ଘରେ କିଛି ଦୂର୍ବୁତ ମାନେ ପଶି ପରିବାର ସଦ୍ୟସଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଗହଣା ସହ ଟଙ୍କା ଲୁଟି ନେଇଥିଲେ । ଅଭିଯୋଗ ପାଇବା ପରେ ରାଜନଗର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଭିକ୍ଷା ବୃତି କରୁଥିବା କେଳା ସଂପ୍ରଦାୟର କିଛି ବ୍ୟକ୍ତି ଏହି ଘଟଣାରେ ଜଡିତ ଅଛନ୍ତି । ଏମାନେ ଭିକ ମାଗିବା ବାହାନାରେ ଲୋକଙ୍କୁ ଘରକୁ ଯାଇ ପୂର୍ବ ପ୍ରସ୍ତୁତି କରିଥାନ୍ତି । ସୁବିଧା ସମୟରେ ମାରଣାସ୍ତ୍ର ଦେଖାଇ ଡକାଇତି କରି ଜିଲ୍ଲାର ବିଭିନ୍ନ ଦୋକାନରେ ଏହି ଚୋରି ସାମଗ୍ରୀ ବିକିଥାନ୍ତି । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ସୁନା ଅଳଙ୍କାର ନଗଦ ଟଙ୍କା , ଚୋରିରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିଛି । ପ୍ରାଥମିକ ତଦନ୍ତରୁ ଏମାନେ ବିଭିନ୍ନ ଚୋର ଗ୍ୟାଙ୍ଗ ସହ ଜଡିତ ଥିବା ଜଣା ପଡିଛି ।