କନକ ବ୍ୟୁରୋ : ସମୁଦ୍ରରେ ନିଖୋଜ ହୋଇଗଲା ମୋଟର ଲଂଚ । ରାଜନଗର ନିକଟରେ ଘନକୁହୁଡି କାରଣରୁ ସମୁଦ୍ରରେ ମୋଟରଲଂଚ ବାଟବଣା ହୋଇଯାଇଛି । ସମୁଦ୍ରରେ କୁହୁଡି ଭରି ରହିଥିବାରୁ ଏଭଳି ଘଟିଥିବା କୁହାଯାଉଛି । ମୋଟର ଲଂଚରେ ଥିଲେ ୩୦ ଜଣ ଯାତ୍ରୀ । ବର୍ତମାନ ସୁଦ୍ଧା ମୋଟର ଲଂଚ କେଉଁଠି ଅଛି କିଂବା ଦୁର୍ଘଟଣାର ଶିକାର ହୋଇଛି କିଛି ବି ସ୍ପଷ୍ଟ ହୋଇପାରିନି । ତେବେ ସାରା ରାଜ୍ୟରେ ପ୍ରବଳ କୁହୁଡି ଲାଗି ରହିଛି ।
ଏପରି ସ୍ଥିତିରେ ସମୁଦ୍ର ମଝିରେ ବି ଅଧିକ କୁହଡି ଲାଗି ରହୁଥିବା ଜଣାପଡିଛି । ରାସ୍ତାରେ ମଧ୍ୟ ଗାଡିମଟର ଯିବା ଆସିବାରେ ଅନେକ ଅସୁବିଧା ଦେଖାଯାଉଛି ଆଉ ଏପରି ସ୍ଥିତିରେ ସମୁଦ୍ର ମଝିରେ ବି କୁହୁଡି ଲାଗି ରହିଛି । ତେଣୁ ଲଂଚ କେଉଁ ଆଡେ ବାଟବଣା ହୋଇକି ଯାଇଛି ତାହାର ବର୍ତମାନ ସୁଦ୍ଧା କୌଣସି ସଠିକ ସୂଚନା ମିଳିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/LUNCH-2.jpg)