ଘର ଆଗରୁ ୪ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ : ସିସିଟିଭିରେ କଏଦ ହେଲା ଟଙ୍କା ଝାମ୍ପିନେବା ବେଳର ଦୃଶ୍ୟ

Advertisment
ଘର ଆଗରୁ ୪ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ : ସିସିଟିଭିରେ କଏଦ ହେଲା ଟଙ୍କା ଝାମ୍ପିନେବା ବେଳର ଦୃଶ୍ୟ

କନକ ବ୍ୟୁରୋ : ପାର୍ବଣ ଋତୁରେ ରାଜନଗରରେ ମାତିଛନ୍ତି ଲୁଟେରା । କଳା ପଲସରରେ ଆସି ୪ଲକ୍ଷ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ । ରାଜନଗର ଗାଁର ଅଶୋକ କୁମାର ପ୍ରଧାନ ସ୍ଥାନୀୟ ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଚେକ ମାଧ୍ୟମରେ ୪ଲକ୍ଷ ଟଙ୍କା ଉଠାଇଥିଲେ । ସେ ଏହି ଟଙ୍କାକୁ ନିଜ ମୋଟରସାଇକେଲ ଡ଼ିକି ରଖି ରାଜନଗର ମେଡ଼ିକାଲ ରୋଡ଼ରେ ଥିବା ଘର ନିକଟକୁ ଆସିଥିଲେ ।

ଘର ନିକଟରେ ମୋଟରସାଇକେଲ ରଖି ଡ଼ିକିରୁ ଟଙ୍କା କାଢି ହାତରେ ଧରିଥିବା ବେଳେ ହଠାତ୍ ଜଣେ ଯୁବକ ଆସି ଅଶୋକଙ୍କୁ ଧକ୍କା ମାରିଥିଲେ । ଅଶୋକ ତଳେ ପଡ଼ିଯିବା ପରେ ତାଙ୍କ ହାତରୁ ଟଙ୍କା ବିଡ଼ା ଝାମ୍ପିନେଇଥିଲେ ଦୁର୍ବୃତ୍ତ । ତେବେ ଦୁଇଜଣ ଦୁର୍ବୃତ ଏକ କଳା ପଲସଲରରେ ଅଶୋକଙ୍କୁ ଫଲୋ କରି ବ୍ୟାଙ୍କ ନିକଟକୁ ଆସିଥିଲେ । ଲୁଟ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe