ରାଜନଗର ପେଣ୍ଠ ସମୁଦ୍ର କୂଳରେ ୧୪୪ ଧାରା ଜାରି : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକଣା ଲାଗୁ; ଗାଧୋଇବା ଉପରେ ବି ବାରଣ

ଗତ ୧୫ ଦିନରେ ସମୁଦ୍ରରେ ବୁଡି ୨ ଜଣଙ୍କ ମୃତ୍ୟ ପରେ ପଦକ୍ଷେପ

57

କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନଗର ପେଣ୍ଠ ସମୂଦ୍ର କୂଳରେ ୧୪୪ ଧାରା ଜାରି । ପର୍ଯ୍ୟଟନଙ୍କ ଗହଳି ରୋକିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏଠାରେ ୧୪୪ ଧାରା ଜାରି କରାଯାଇଛି । ଗତ ୧୫ ଦିନରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁପରେ ଏଠାରେ କଟକଣା ଲାଗୁ କରାଯାଇଛି । ସମୁଦ୍ରରେ ଗାଧୋଇବା ଉପରେ ମଧ୍ୟ କଟକଣା ଲାଗିଛି ।

ନିୟମ ଉଂଲଘନ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନଗର ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା ସମୁଦ୍ର କୂଳରେ ନାଲି ପତାକା ଲଗାଇ ଚିତକୋଲାଠାରୁ ଦୋବନ୍ଦି ମୁହାଣ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

Comments are closed.