କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନଗର ପେଣ୍ଠ ସମୂଦ୍ର କୂଳରେ ୧୪୪ ଧାରା ଜାରି । ପର୍ଯ୍ୟଟନଙ୍କ ଗହଳି ରୋକିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏଠାରେ ୧୪୪ ଧାରା ଜାରି କରାଯାଇଛି । ଗତ ୧୫ ଦିନରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁପରେ ଏଠାରେ କଟକଣା ଲାଗୁ କରାଯାଇଛି । ସମୁଦ୍ରରେ ଗାଧୋଇବା ଉପରେ ମଧ୍ୟ କଟକଣା ଲାଗିଛି ।
ନିୟମ ଉଂଲଘନ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନଗର ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା ସମୁଦ୍ର କୂଳରେ ନାଲି ପତାକା ଲଗାଇ ଚିତକୋଲାଠାରୁ ଦୋବନ୍ଦି ମୁହାଣ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/33-13.jpg)