ଚର୍ଚ୍ଚାରେ ରାଜମୌଲିଙ୍କ RRR: ଗୋଟିଏ ଗୀତରେ ଖର୍ଚ୍ଚ ୬ କୋଟି, ଭାରତୀୟ ସିନେମା ଜଗତରେ ଦାମୀ ଗୀତ

254

କନକ ବ୍ୟୁରୋ: ଲୋକପ୍ରିୟ ନିର୍ଦ୍ଦେଶକ ରାଜମୌଲିଙ୍କ ଆଗାମୀ ଫିଲ୍ମ ‘RRR’କୁ ନେଇ ଏବେ ଚର୍ଚ୍ଚା । କେବେ ସୁଟିଂ ଲୋକେସନକୁ ନେଇ ତ କେବେ ଏହାର ଷ୍ଟାରଡମକୁ ନେଇ । ଏବେ ଏହାର ଏକ ଗୀତକୁ ନେଇ ଚାଲିଛି ଆଲୋଚନା । କାରଣ ଏହା ହେଉଛି ଭାରତୀୟ ସିନେମା ଜଗତରେ ସବୁଠୁ ଦାମୀ ବଜେଟର ଗୀତ । ଏସଏସ ରାଜମୌଲିଙ୍କ ଫିଲ୍ମର ଏହି ଗୀତ ପାଇଁ ପୂର୍ବରୁ ୩ କୋଟି ଟଙ୍କା ବେଜଟ ଥିବାବେଳେ ଏହା ବୃଦ୍ଧି ପାଇ ୬ କୋଟିରେ ପହଞ୍ଚିଛି ।


ଏହି ଗୀତରେ କିଛି ଅଲଗା ରୂପରେ ନଜର ଆସିବେ ଆଲିଆ ଭଟ୍ଟ । ଏହି ଗୀତରେ ନଜର ଆସିବେ ଆଲିଆଙ୍କ ସହ ରାମ ଚରନ୍ । ଏଥିପାଇଁ ଏ ଦୁହେଁ କ୍ରମାଗତ ଡାନ୍ସ ଅଭ୍ୟାସ କରୁଛନ୍ତି । ଏହି ସଙ୍ଗର ସୁଟିଂ ପାଇଁ କେବଳ ଆର୍ଟିଷ୍ଟଙ୍କ ଡ୍ରେସ୍ ଉପରେ ଖର୍ଚ୍ଚ ହୋଇଛି କୋଟିଏରୁ ଅଧିକ ଅର୍ଥ । ସଂଜୟଲିଲା ବନସାଲିଙ୍କ ଦେବଦାସ ଓ ରାଜମୌଲିଙ୍କ ବାହୁବଲିର ଗୀତ ଅପେକ୍ଷା ଏହି ଫିଲ୍ମର ଗୀତରେ ସବୁଠୁ ଅଧିକ ଅର୍ଥ ଖର୍ଚ୍ଚ ହେବ ବୋଲି କହିଛନ୍ତି ରାଜମୌଲି ।