ପତ୍ରଲେଖାଙ୍କ ଗଳାରେ ଖାସ୍ ମଙ୍ଗଳସୂତ୍ର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

222

କନକ ବ୍ୟୁରୋ: ନିକଟରେ ବଲିଉଡ ଆକ୍ଟର ରାଜକୁମାର ରାଓ ଓ ଅଭିନେତ୍ରୀ ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହା ପରେ ପ୍ରଥମ ଥର ପାଇଁ ଦୁହିଁଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ପତ୍ରଲେଖାଙ୍କ ମୁହଁରେ ବ୍ରାଇଡାଲ ଗ୍ଲୋ ସ୍ପଷ୍ଟ ନଜର ଆସିଥିଲା । ରାଜକୁମାର ଧଳା ରଙ୍ଗର ଆଉଟଫିଟରେ ଥିବାବେଳେ ପତ୍ରଲେଖା ଲାଲ ରଙ୍ଗର ଶାଢୀରେ ଅତି ସାଧାରଣ ମେକଅପରେ ନଜର ଆସିଥିଲେ । ଏହାସହ ସେ ଯେଉଁ ମଙ୍ଗଳସୂତ୍ର ପିନ୍ଧିଥିଲେ ତା’ ଉପରେ ସମସ୍ତଙ୍କ ନଜର ପଡିଥିଲା ।

ପତ୍ରଲେଖା ଯେଉଁ ମଙ୍ଗଳସୂତ୍ର ପିନ୍ଧିଥିଲେ ତାକୁ ଡିଜାଇନ କରିଛନ୍ତି ଭାରତର ପ୍ରଖ୍ୟାତ ଫ୍ୟାସନ ଡିଜାଇନର ସବ୍ୟସାଚୀ ମହାପାତ୍ର । ଏହା ହେଉଛି ରୟାଲ ବଙ୍ଗାଲ ମଙ୍ଗଳସୂତ୍ର, ଯାହାର ମୂଲ୍ୟ ହେଉଛି ୧.୬୫ ଲକ୍ଷ ଟଙ୍କା । ଦୁହିଁଙ୍କର ୱେଡିଙ୍ଗ ଆଉଟଫିଟ ସବ୍ୟସାଚୀ ହିଁ ପ୍ରସ୍ତୁତ କରିଛନ୍ତି ।

ବିବାହ ପରେ ଦୁହେଁ ପରିବାର ସହ ସମୟ କାଟିବା ପରେ ନିଜ ବ୍ୟକ୍ତିଗତ ସମୟକୁ ମଧ୍ୟ ବେଶ ଉପଭୋଗ କରୁଛନ୍ତି  । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାରେ ବ୍ୟସ୍ତ ରାଜକୁମାର ଓ ୍ରପତ୍ରଲେଖା । ରାଜକୁମାର ରାଓ ଓ ପତ୍ରଲେଖାଙ୍କ ସାକ୍ଷାତ ଫିଲ୍ମ ‘ସିଟି ଲାଇଟ୍ସ’ର ସେଟରେ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ଗଢି ଉଠିଥିଲା । ଏହାପରେ ଦୀର୍ଘ ୧୦ ବର୍ଷ ଲିଭଇନ୍ ରିଲେସନସିପରେ ରହିବା ପରେ ବିବାହ କରିବାକୁ ସିଦ୍ଧାନ୍ତ ନେଇଥିଲେ । ଏବେ ସୋସିଆଲ ମିଡିଆରେ ତାଙ୍କ ବିବାହ ଫଟୋକୁ ଦେଖିବାକୁ ମିଳୁଛି ।