ସିନେମା ପାଇଁ ୩୨୪ବର୍ଷର ବୃଦ୍ଧ ! ଚିହ୍ନନ୍ତୁ ବଲିଉଡର କିଏ ଏହି ଲୋକପ୍ରିୟ ଅଭିନେତା

ସିନେମା ପାଇଁ ୩୨୪ବର୍ଷର ବୃଦ୍ଧ ! ଚିହ୍ନନ୍ତୁ ବଲିଉଡର କିଏ ଏହି ଲୋକପ୍ରିୟ ଅଭିନେତା

Photo Courtesy : https://i1.wp.com/www.chauthiduniya.com

rajkummar-rao-7592ବଲିଉଡରେ ଏବେ ଚାଲିଛି ପ୍ରତିଯୋଗୀତାର ସମୟ । ତେଣୁ ସବୁ ଅଭିନେତା ଓ ଅଭିନେତ୍ରୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି । ତେବେ ଏହି ପ୍ରତିଯୋଗୀତାରୁ କେମିତି ବାଦ୍ ପଡିବେ ଅଭିନେତା ରାଜ୍ କୁମାର୍ ରାଓ । ନିଜର ଦମଦାର୍ ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ରାଜକୁମାର ଏବେ ନିଜ ଲୁକ୍ ପାଇଁ ଚର୍ଚ୍ଚାରେ । ତାଙ୍କର ଆଗାମୀ ସିନେମା ‘ରାବତା’ ରେ ଜଣେ ୩୨୪ବର୍ଷୀୟ ବୃଦ୍ଧ ଭୁମିକାରେ ନଜର ଆସିଛନ୍ତି ରାଜ୍ କୁମାର୍ ।

ତେବେ ତାଙ୍କର ଏହି ଲୁକ୍ ଦେଖିଲେ କେହିବି ବିଶ୍ୱାସ କରିବ ନାହିଁ ଯେ ସେ ରାଜ୍ କୁମାର୍ ବୋଲି । ପ୍ରାୟ ୧୬ଟି ଲୁକର ଟେଷ୍ଟ ପରେ ଏହି ଲୁକ୍ ଫାଇନାଲ୍ ହୋଇଥିବା ସୂଚନା ମିଳିଛି । ‘ରାବତା’ରେ ରାଜ କୁମାରଙ୍କ ଏହି ଲୁକ୍ ପାଇଁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡିଛି । ପ୍ରାୟ ୬ ଘଂଟା ଲାଗେ ରାଜଙ୍କୁ ଏହି ଲୁକ୍ ଦେବା ପାଇଁ । ‘ରାବତା’ରେ ମୁଖ୍ୟ ଭୂମିକାରେ ଅଛନ୍ତି ସୁଶାନ୍ତ ସିଂ ରାଜପୁତ୍ ଏବଂ କ୍ରିତୀ ସାନନ୍ । ସିନେମାଟି ଜୁନ୍ ୯ରେ ରିଲିଜ୍ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe