ବିବାହ ବନ୍ଧନରେ ବାନ୍ଧିହେବେ ରାଜକୁମାର ଓ ପତ୍ରଲେଖା : ସରିଲା ନିର୍ବନ୍ଧ

304

କନକ ବ୍ୟୁରୋ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ପତ୍ରଲେଖା ଓ ଅଭିନେତା ରାଜକୁମାର ରାଓ। ଚଣ୍ଡିଗଡ଼ରେ ଦୁହିଁଙ୍କର ନିର୍ବନ୍ଧ ଶେଷ ହୋଇଥିବା ବେଳେ ବିବାହର ବିଭିନ୍ନ କାର୍ୟ୍ୟକ୍ରମ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ନିର୍ବନ୍ଧର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିବା ବେଳେ ଦୁହେଁ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଛି।

ବଲିଉଡର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫାରହା ଖାନ ଏବଂ ଅଭିନେତା ସାକିବ୍ ସଲିମ ଦୁହିଁଙ୍କ ନିର୍ବନ୍ଧରେ ଯୋଗ ଦେଇଥିବା ଦେଖାଯାଇଛି। ତେବେ ଆଗକୁ ବିବାହ କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜକୁମାର ପତ୍ରଲେଖାଙ୍କୁ ସ୍ବତନ୍ତ୍ର ଉପହାର ଦେବେ ବୋଲି ଜଣାପଡ଼ିଛି। ରାଜକୁମାର ଗତ କିଛି ବର୍ଷ ମଧ୍ୟରେ ପତ୍ରଲେଖାଙ୍କ ପାଇଁ ଅନେକ ଚିଠି ଲେଖିଥିଲେ ବି ତାଙ୍କୁ ଦେଇପାରିନଥିଲେ। ଏବେ ନିଜ ବିବାହ ଦିନ ‌ସେ ସେହି ସବୁ ଚିଠିକୁ ପତ୍ରଲେଖାଙ୍କୁ ଉପହାର ଆକାରରେ ଦେବେ ବୋଲି ଜଣାପଡ଼ିଛି।