ସଞ୍ଜୟ ଦତ୍ତଙ୍କ ବ୍ୟକ୍ତିତ୍ୱକୁ ଭଲ ଦେଖାଇବା ପାଇଁ ସିନେମା ସଞ୍ଜୁରେ କିଛିଟା ପରିବର୍ତ୍ତନ ଆଣିଥିଲେ ନିର୍ଦ୍ଦେଶକ ! 

51

ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଫିଲ୍ମ ‘ସଞ୍ଜୁ’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ୫୮୦ କୋଟିର ଆୟ କରିଥିଲା । ଫିଲ୍ମର ଆୟ ଜବରଦସ୍ତ ରହିଥିବା ବେଳେ ଫିଲ୍ମର ସ୍କ୍ରିପ୍ଟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଫିଲ୍ମରେ ସଞ୍ଜୁ ବାବାଙ୍କ ଭାବମୂର୍ତ୍ତିକୁ ଭଲ ବୋଲି ଦେଖାଇବା ପାଇଁ ଚେଷ୍ଟା କରାଯାଇଛି ବୋଲି ଅନେକ ଲୋକ କହିଥିବା ବେଳେ ଏପରି ହୋଇ ନଥିବା କହି ଆସୁଥିଲେ ହିରାନୀ । କିନ୍ତୁ ଏବେ ସେ ପୂରା ସତ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଫିଲ୍ମରେ ସଞ୍ଜୁ ବାବାଙ୍କ ଭାବମୂର୍ତ୍ତିକୁ ବଦଳାଯାଇଛି ବୋଲି ସ୍ୱୀକାର କରିବା ସହ ଏପରି କ’ଣ ପାଇଁ କରିଥିଲେ ତାହା ବି କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଫିଲ୍ମର ସୁଟିଂ କରୁଥିବା ବେଳେ ମୁଁ ଭୁଲ ଦିଗରେ ଯାଉଛି ବୋଲି ଅନୁଭବ କରିଥିଲି । ସୁଟିଂ ସରିବା ପରେ ମୁଁ ଏହାକୁ କିଛି ଲୋକଙ୍କୁ ଦେଖାଇବା ପରେ ସେମାନେ ଫିଲ୍ମକୁ ପସନ୍ଦ କରି ନଥିଲେ । ଆମେ ଫିଲ୍ମରେ ଏହି ଚରିତ୍ରକୁ ଦେଖିବାକୁ ପସନ୍ଦ କରିବୁ ନାହିଁ ବୋଲି କହିଥିଲେ । ପ୍ରଥମେ ମୁଁ ସବୁ ସତ ଘଟଣା ଦେଖାଇବା ପାଇଁ ଭାବୁଥିଲି । କୌଣସି ପ୍ରକାରର ସହାନୁଭୂତି ପ୍ରକାଶ କରିବି ନାହିଁ ଭାବୁଥିବା ବେଳେ କିଛି ଲୋକ ଫିଲ୍ମରେ ସଞ୍ଜୁଙ୍କ ଚରିତ୍ର ପସନ୍ଦ କରୁ ନଥିବା ଦେଖି ମୁଁ ପରିବର୍ତ୍ତନ ଆଣିବା କଥା ଭାବିଥିଲି । ଯାହା ପରେ ମୁଁ ଫିଲ୍ମର କିଛି ଭାଗକୁ ଆଉ ଥରେ ସୁଟିଂ କରାଇଥିଲି । କୋର୍ଟର ରାୟ ଆସିବା ପରେ ସଞ୍ଜୁ ନିଜକୁ ମାରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଆମେ ତାହାକୁ ପ୍ରଥମେ ଦେଖାଇ ନ ଥିଲୁ । ପରେ ଦର୍ଶକଙ୍କ ସହାନୁଭୂତି ପାଇଁ ସଞ୍ଜୁଙ୍କ ଆତ୍ମହତ୍ୟା ଉଦ୍ୟମ ଦୃଶ୍ୟକୁ ସୁଟ୍ କରାଯାଇଥିଲା ବୋଲି ସେ ସ୍ୱୀକାର କରିଛନ୍ତି ।