କନକ ବ୍ୟୁରୋ : ଦିଲ୍ଲୀରେ କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ରାଜକୁମାର ଆନନ୍ଦ ଆଜି ମନ୍ତ୍ରୀ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରାଜକୁମାର ଆନନ୍ଦ କେଜ୍ରିୱାଲ ସରକାରରେ ସମାଜ କଲ୍ୟାଣ ମନ୍ତ୍ରଣାଳୟ ସମ୍ଭାଳୁଥିଲେ । ଦଳ ଛାଡିବା ପରେ ରାଜକୁମାର କହିଛନ୍ତି କି, ଆମ୍ ଆଦମୀ ପାର୍ଟି ଦଳିତ ବିଧାୟକମାନଙ୍କୁ ସମ୍ମାନ ଦେଉନାହିଁ । ଏହାସହ ଦଳିତ ନେତାମାନଙ୍କୁ ପ୍ରମୁଖ ପଦ ମିଳୁନାହିଁ । ମୁଁ ବାବା ସାହେବ ଆମ୍ବେଦକରଙ୍କ ପଥ ଅନୁସରଣ କରେ, ହେଲେ ଦଳ ଭିତରେ ରହି ଯଦି ଦଳିତମାନଙ୍କ ବିକାଶ ପାଇଁ କାମ କରିବାର ସୁଯୋଗ ପାଇଲି ନାହିଁ ତେବେ ସେ ଦଳରେ ରହି ଲାଭ କଣ ବୋଲି ରାଜକୁମାର ଆନନ୍ଦ ଗଣମାଧ୍ୟମକୁ କହିଛନ୍ତି ।
ସେପଟେ ଆମ୍ ଆଦମୀ ପାର୍ଟି ତରଫରୁ କୁହାଯାଇଛି କି, ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରି ବିଜେପି ଆମ୍ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଯୋଗାଡ କରିପାରି ନାହିଁ । ଏସବୁ କାର୍ଯ୍ୟକଳାପ ଦେଖିବା ପରେ ବିଜେପି ଏକ ଅପରାଧୀକ ପାର୍ଟି ବୋଲି ଆପ୍ ପକ୍ଷରୁ କୁହାଯାଇଛି ।
#WATCH | On his resignation from the post of Delhi Social Welfare Minister and Aam Aadmi Party, Raaj Kumar Anand says, "...I became a minister to pay back the society. I don't want to be part of a party that takes a backseat when Dalit representation is talked about. I am not… pic.twitter.com/rcTs58lAIe
— ANI (@ANI) April 10, 2024
ସୂଚନା ଥାଉ କି, କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ ଗୌତମଙ୍କ ଇସ୍ତଫା ପରେ ୨୦୨୨ ମସିହାରେ ରାଜକୁମାର ଆନନ୍ଦଙ୍କୁ ମନ୍ତ୍ରୀପଦ ମିଳିଥିଲା । ସେତେବେଳେ ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲଙ୍କ ଉପରେ ଧାର୍ମିକ ଭାବନା ଉପରେ ଆଘାତ ଲାଗିବା ଭଳି ଅଭିଯୋଗ ଆସିବା ପରେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Untitled-1-14.jpg)