ଶାଢୀ ପରେ ବଜାରରେ ମୋଦିମୁଦିର କ୍ରେଜ୍ ! ମୁଦିରେ ଦେଖାଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ।

120

ନିର୍ବାଚନୀ ଋତୁରେ ହୋଡିଙ୍ଗ୍ – ପୋଷ୍ଟର ଛଡା ପୋଷାକ ଏବଂ ଅନ୍ୟାନ୍ୟ ବସ୍ତୁରେ ମଧ୍ୟ ନେତାଙ୍କ ଫଟୋ ଦେଖିବାକୁ ମିଳେ । କିଛି ସମୟ ପୂର୍ବରୁ ସୁରଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲାଗିଥିବା ଶାଢୀ ଏବଂ ମିଠେଇରେ ଏହିଭଳି ଚିତ୍ର ଦେଖିବାକୁ ମିଳିଥିବା ବେଳେ ଗୁଜୁରାଟର ରାଜକୋଟଠାରେ ଏବେ ଆଉ ଏକ କଳାକୃତି ଦେଖିବାକୁ ମିଳିଛି । ତେବେ ନେତାଙ୍କ ଫଟୋ ଥିବା ଏବେ ଗହଣା ମଧ୍ୟ ବଜାରକୁ ଆସିଯାଇଛି ।

ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋଲଗା ମୁଦି ବଜାରରେ ମିଳୁଛି । ମୋଦି ସମର୍ଥକ ଥିବା ଏଠାକାର ବଣିକ ପଦ୍ମଫୁଲ ସାଙ୍ଗକୁ ମୋଦିଙ୍କ ଚିହ୍ନ ଥିବା ମୁଦି ପ୍ରସ୍ତୁତ କରୁଛନ୍ତି ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି ମୁଦି ସୁନା ବ୍ୟତୀତ ରୁପା ଧାତୁରେ ମଧ୍ୟ ପ୍ରସ୍ତୁତ ହୋଇଛି । ଯାହାଦ୍ୱାରା ଅନେକ ଲୋକ ରୁପାର ମୁଦିକୁ ମଧ୍ୟ କିଣିବାର ସୁଯୋଗ ଛାଡୁନାହାନ୍ତି । ୧ ହଜାରରୁ ଆରମ୍ଭ କରି ୩୦ ହଜାର ପର୍ଯ୍ୟନ୍ତ ଏହି ମୁଦିର ଦାମ୍ ରହିଛି । ଏଠାରେ ଏବେ ୩୦୦୦ ସୁନାମୁଦି ଏବଂ ୫୦୦୦ ରୁପାମୁଦି ପ୍ରସ୍ତୁତ କରାଯାଇଛି । ସୁତ୍ର ଅନୁସାରେ ଏହି ମୁଦିର ଡିମାଣ୍ଡ ଏତେ ଅଧିକ ହୋଇଯାଇଛି ଯେ ବଣିକ ୨୪ ଘଣ୍ଟା କାମ କରିବା ସତ୍ତେ୍ୱ ଏହାର ସପ୍ଲାଏକୁ ପୂରଣ କରିପାରୁନାହାନ୍ତି ।