ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଚିତ୍ର ସ୍ୱାସ୍ଥ୍ୟ ସେବା । ରୋଗୀଙ୍କୁ ସାଲାଇନ ଦେଉଛନ୍ତି ସୁଇପର । ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ

227

କନକ ବ୍ୟୁରୋ: ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ । ସୁଇପର ଦେଉଛନ୍ତି ସାଲାଇନ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ରାଜ୍ୟ ସରକାର ରୋଗୀଙ୍କ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିନ୍ତୁ ଡାକ୍ତର ଓ ନର୍ସ ମୋଟା ଅଙ୍କର ଦରମା ନେଇ ନିଜ କାମରେ ଅବହେଳା କରୁଛନ୍ତି ।

ଦେଖନ୍ତୁ କେନ୍ଦ୍ରାପଡା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଦୃଶ୍ୟକୁ । ଏଠାରେ ରୋଗୀଙ୍କୁ ସାଲାଇନ ଦେଉଛନ୍ତି ନିର୍ମଳ ଯୋଜନାରେ କାମ କରୁଥିବା ସୁଇପର । ଏମାନେ ସାଲାଇନ ଦେବା ସହ ହାତରେ ଲାଗିଥିବା ଛୁଂଚି କାଢିଥାନ୍ତି । କେତେବେଳେ କେଉଁ ସାଲାଇନ ଓ ଔଷଧ ଦିଆଯିବ ଜଣାନଥିବା ଏହି ସୁଇପର ମହିଳା ଓ ପୁରୁଷମାନେ ରୋଗୀ ସେବା କରିଥାନ୍ତି । ଏ ନେଇ ମେଡିକାଲ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।