କନକ ବ୍ୟୁରୋ: ନୂଆ ନିର୍ବାଚନ କମିସନର ଭାବେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନିର୍ବାଚନ କମିସନର ପଦରୁ ଅଶୋକ ଲାଭାସାଙ୍କ ଇସ୍ତଫା ଅଗଷ୍ଟ ୩୧ ତାରିଖରୁ କାର୍ଯ୍ୟକାରୀ ହେବ ।

Advertisment

publive-image

ଅଶୋକ ଲାଭାସା ନିର୍ବାଚନ କମିସନର ପଦ ଛାଡ଼ିବା ପରେ ଏସିଆନ୍ ଡେଭେଲପମେଂଟ ବ୍ୟାଙ୍କର ଭାଇସ୍ ପ୍ରେସିଡେଂଟ ଭାବେ ଯୋଗ ଦେବେ । ସୁନୀଲ ଆରୋରା ମୁଖ୍ୟ ନିର୍ବାଚନ କମିସନର ଥିବା ବେଳେ ସୁଶୀଲ ଚନ୍ଦ୍ରା ଅନ୍ୟତମ ନିର୍ବାଚନ କମିସନ ଅଛନ୍ତି । ଅଶୋକ ଲାଭାସାଙ୍କ ସ୍ଥାନରେ ଏହି ଟିମରେ ସାମିଲ ହେବାକୁ ଯାଉଛନ୍ତି ୧୯୮୪ ମସିହାର ଝାରଖଣ୍ଡ କ୍ୟାଡର ଆଇଏଏସ୍ ଅଧିକାରୀ ରାଜୀବ କୁମାର ।