ଦିଲ୍ଲୀର ରାଜୀବ୍ ଚୌକ ମେଟ୍ରୋ ଷ୍ଟେସନରେ ନାରାବାଜୀ କରିବା ଆରୋପରେ ସିଆଇଏସଏଫ୍ ୬ ଜଣ ଯୁବକଙ୍କୁ ଅଟକ ରଖିଛି । ଦିଲ୍ଲୀ ମେଟ୍ରୋ ଷ୍ଟେସନର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ୍ ଶନିବାର ସକାଳେ ୬ ଜଣ ଯୁବକଙ୍କୁ ନାରାବାଜି କରୁଥିବା ସମୟରେ ଧରିଥିଲେ ।
ଡିସିପି ମେଟ୍ରୋ ଏନେଇ କହିଛନ୍ତି ଯେ , ୧୨.୩୦ ସମୟରେ ୬ ଜଣ ଯୁବକ ରାଜୀବ୍ ଚୌକ ମେଟ୍ରୋ ଷ୍ଟେସନରେ “ଦେଶ୍ କେ ଗଦ୍ଦାରୋଁ କୋ ଗୋଲି ମାରୋ”ର ନାରା ଲଗାଉଥିଲେ । ଏହି ଯୁବକମାନେ ଏବେ ଥାନାରେ ଅଟକ ଅଛନ୍ତି । ପିଟିଆଇ କହିବାନୁସାର , ଏହି ଯୁବକମାନେ ସିଏଏ ସମର୍ଥନରେ ନାରା ଲଗାଉଥିଲେ । ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀ ମେଟ୍ରୋ ଆକ୍ଟ ୨୦୦୨ ମୁତାବକ ମେଟ୍ରୋ ପରିସରରେ କୌଣସି ପ୍ରକାର ନାରା କିମ୍ବା ପ୍ରଦର୍ଶନ କରାଯାଇପାରିବ ନାହିଁ ।
Follow Us
/kanak/media/post_attachments/wp-content/uploads/2020/02/ds-1-300x185.jpg)