ଅନୁଗୁଳରେ କାହାକୁ ମିଳିବ ବିଜେଡି ଟିକେଟ? ଟେନସନରେ ପୂର୍ବତନ ଉପବାଚସ୍ପତି ରାଜନୀକାନ୍ତ ସିଂ

Advertisment
ଅନୁଗୁଳରେ କାହାକୁ ମିଳିବ ବିଜେଡି ଟିକେଟ? ଟେନସନରେ ପୂର୍ବତନ ଉପବାଚସ୍ପତି ରାଜନୀକାନ୍ତ ସିଂ

କନକ ବ୍ୟୁରୋ : ଅନୁଗୁଳରୁ କିଏ ପାଇବ ବିଜେଡି ଟିକେଟ୍ । ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ ନାଁ ଆଉ କାହାକୁ ମିଳିବ ଟିକେଟ୍ । ଏହାକୁ ନେଇ ଟେନସନରେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ । ଆଜି ଭୁବନେଶ୍ୱରରେ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱରରେ ଥିବା ସକରାରୀ ବାସଭବନରେ ଭୋଜିଭାତର ଆୟୋଜନ କରାଯାଇଛି । ଅନୁଗୁଳ ପାଇଁ ଟିକେଟ୍ ଘୋଷଣା ହୋଇନଥିବାରୁ କର୍ମୀ ଚିନ୍ତାରେ । ବିଳମ୍ବ ହେବାର କାରଣ ଜାଣିପାରୁନାହାନ୍ତି ।

ରଜନୀକାନ୍ତ ସିଂ କହିଛନ୍ତି, ମୁଖ୍ୟ ବିରୋଧୀ ଦଳ ବିଜେପି ଟିକେଟ୍ ଘୋଷଣା କରିସାରିଥିବା ବେଳେ ବିଜେଡି ଏଯାଏଁ ଅନୁଗୁଳ ପାଇଁ ଟିକେଟ୍ ଦେଇନାହିଁ । ତେଣୁ ତାଙ୍କ ସମର୍ଥକମାନେ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁନାହାନ୍ତି । ସୋସିଆଲ ମିଡିଆରେ ବିରୋଧୀ ଦଳ କଟାକ୍ଷ କରୁଥିବାରୁ କର୍ମୀ ଚିନ୍ତାରେ ଥିବା କହିଛନ୍ତି ରଜନୀକାନ୍ତ ସିଂ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe