ମ୍ୟାନ ଭର୍ସେସ ୱାଇଲ୍ଡ ଶୋ’ରେ ଟଲିଉଡ୍ ସୁପରଷ୍ଟାର୍ : ସାମ୍ନାକୁ ଆସିଲା ବେୟର୍ ଗ୍ରିଲ୍ସ ଏବଂ ରଜନୀକାନ୍ତଙ୍କ ପ୍ରଥମ ଫଟୋ ।

132

ମ୍ୟାନ ଭର୍ସେସ ୱାଇଲ୍ଡ ଶୋ’ରେ ସୁପରଷ୍ଟାର ରଜନୀକାନ୍ତ । ପୂର୍ବରୁ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ଶୋ’ର ଆଗାମୀ ଏପିସୋଡରେ ହୋଷ୍ଟ୍ ବେୟର୍ ଗ୍ରିଲ୍ସଙ୍କ ସହ ନଜର ଆସିବେ ଟଲିଉଡ୍ ସୁପରଷ୍ଟାର୍ ରଜନୀକାନ୍ତ । ଏପିସୋଡର ସୁଟିଙ୍ଗ କର୍ଣ୍ଣାଟକର ବାନ୍ଦିପୁର ଟାଇଗର ରିଜର୍ଭରେ କରାଯାଉଛି । ସୁଟିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ୨୮ ଜାନୁଆରୀରେ ଏହି ଏପିସୋଡର ସୁଟିଙ୍ଗ ଆରମ୍ଭ ହୋଇଛି । ଫଟୋରେ ରଜନୀକାନ୍ତ ବ୍ଲାକ୍ ଜ୍ୟାକେଟ ଏବଂ ବ୍ଲାକ୍ କ୍ୟାପରେ ଦେଖିବାକୁ ମିଳିଛନ୍ତି।

ଏହି ଫଟୋଟି ଭାଇରାଲ ହେବା ପରେ ମ୍ୟାନ ଭର୍ସେସ ୱାଇଲ୍ଡ ଶୋ’ ରେ ରଜନୀକାନ୍ତଙ୍କୁ ଦେଖିବାକୁ ଦର୍ଶକ ମଧ୍ୟ ବହୁତ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଭାରତର ଜଣେ ସଫଳ ଅଭିନେତା । ସେ ତେଲଗୁ , ମରାଠୀ, କନ୍ନଡ ଓ ହିନ୍ଦୀ ଆଦି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଦରବାର’ ରିଲିଜ ହୋଇଛି । ଯାହା ବକ୍ସ ଅଫିସରେ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ କରିଛି । ଏବେ ରଜନୀକାନ୍ତ ନିଜ ଆଗାମୀ ଫିଲ୍ମ ‘ଥଲାଇବାର’ ସୁଟିଙ୍ଗକୁ ନେଇ ବ୍ୟସ୍ତ ଅଛନ୍ତି ।

Comments are closed.