ତାମିଲ ଫିଲ୍ମ ଅଭିନେତା ରଜନୀକାନ୍ତ ସୁଟିଂ ସେଟରେ ଆହତ ହୋଇଛନ୍ତି। ଚେନ୍ନାଇ କେଲାମ୍ବକମ୍ରେ ସୁଟିଂ ବେଳେ ସେ ଖସି ପଡ଼ିଛନ୍ତି । ସୁପରଷ୍ଟାର ରଜନୀକାନ୍ତ ତାଙ୍କର ଆଗାମୀ ସିନେମା‘୨.୦’ର ସୁଟିଂ ଚେନ୍ନାଇରେ କରୁଥିବା ସମୟରେ ସୁଟିଂ ସେଟରେ ପଡ଼ିଯିବାରୁ ତାଙ୍କ ଡାହାଣ ଗୋଡ଼ର ଅଣ୍ଠୁରେ ଆଘାତ ଲାଗିଛି। ତାଙ୍କୁ ତତ୍କ୍ଷଣାତ ଏକ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ରଜନୀକାନ୍ତଙ୍କ ଫିଲ୍ମ ‘୨.୦’ ୨୦୧୭ ଦୀପାବଳିରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।
ସୁଟିଂ ସେଟରେ ଆହତ ହେଲେ ସୁପରଷ୍ଟାର ରଜନୀକାନ୍ତ
/kanak/media/post_attachments/wp-content/uploads/2016/12/Rajinikanth-accident.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)