ରାଜନୈତିକ କ୍ୟାରିୟରକୁ ନେଇ ସୁପରଷ୍ଟାର ରଜନୀକାନ୍ତର ଘୋଷଣା । ଜାନୁଆରୀରେ ନୂଆ ରାଜନୈତିକ ଦଳ କରିବେ ଲଞ୍ଚ । ଡିସେମ୍ବର ୩୧ରେ ହେବ ବିଧିବଦ୍ଧ ଘୋଷଣା

159

କନକ ବ୍ୟୁରୋ : ଜାନୁଆରୀରେ ନିଜ ରାଜନୈତିକ ଦଳ ଲଞ୍ଚ କରିବେ ରଜନୀକାନ୍ତ  । ଡିସେମ୍ବର ୩୧ରେ ଏନେଇ ସେ ବିଧିବଦ୍ଧ ଘୋଷଣା କରିବେ  । ଏନେଇ ନିଜେ ରଜନୀକାନ୍ତ ଟ୍ୱିଟ୍ କରିଛନ୍ତି  । ରଜନୀକାନ୍ତଙ୍କ ରାଜନୈତିକ ପ୍ରବେଶ ନେଇ ନାନା ଆକଳନ ଜାରି ରହିଛି  । ରଜନୀକାନ୍ତ ନିଜ ଦଳ ଗଢ଼ି ରାଜନୀତିକୁ ପ୍ରବେଶ କଲେ ଏହା ତାମିଲନାଡୁ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିବାର ବେଶ୍ ସମ୍ଭାବନା ରହିଛି  ।

ଆସନ୍ତାବର୍ଷ ଏପ୍ରିଲ-ମେ ମାସରେ ତାମିଲନାଡୁରେ ବିଧାନସଭା ହେବାର ଅଛି  । ଏହାପୂର୍ବରୁ ରଜନୀକାନ୍ତଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ବହୁ ଗୁରୁତ୍ୱ ବହନ କରୁଛି  । ସ୍ୱଚ୍ଛ ରାଜନୀତିର କଥା କହୁଥିବା ରଜନୀକାନ୍ତ ତାମିଲନାଡୁ ରାଜନୀତିରେ ବଡ଼ ପରିବର୍ତନ ଆଣିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।