କନକ ବ୍ୟୁରୋ : ଜାନୁଆରୀରେ ନିଜ ରାଜନୈତିକ ଦଳ ଲଞ୍ଚ କରିବେ ରଜନୀକାନ୍ତ । ଡିସେମ୍ବର ୩୧ରେ ଏନେଇ ସେ ବିଧିବଦ୍ଧ ଘୋଷଣା କରିବେ । ଏନେଇ ନିଜେ ରଜନୀକାନ୍ତ ଟ୍ୱିଟ୍ କରିଛନ୍ତି । ରଜନୀକାନ୍ତଙ୍କ ରାଜନୈତିକ ପ୍ରବେଶ ନେଇ ନାନା ଆକଳନ ଜାରି ରହିଛି । ରଜନୀକାନ୍ତ ନିଜ ଦଳ ଗଢ଼ି ରାଜନୀତିକୁ ପ୍ରବେଶ କଲେ ଏହା ତାମିଲନାଡୁ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିବାର ବେଶ୍ ସମ୍ଭାବନା ରହିଛି ।
ଆସନ୍ତାବର୍ଷ ଏପ୍ରିଲ-ମେ ମାସରେ ତାମିଲନାଡୁରେ ବିଧାନସଭା ହେବାର ଅଛି । ଏହାପୂର୍ବରୁ ରଜନୀକାନ୍ତଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ବହୁ ଗୁରୁତ୍ୱ ବହନ କରୁଛି । ସ୍ୱଚ୍ଛ ରାଜନୀତିର କଥା କହୁଥିବା ରଜନୀକାନ୍ତ ତାମିଲନାଡୁ ରାଜନୀତିରେ ବଡ଼ ପରିବର୍ତନ ଆଣିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/thequint_2020-12_5ce9c941-3164-4c75-8d39-c14f3ae756e5_03121_pti03_12_2020_000115b.jpg)