କନକ ବ୍ୟୁରୋ : ଦେଶର ଅନେକ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡ ବଡ ପଦବୀରେ ଥିବା ଚାକିରିଆଙ୍କ କଥା କୁହନ୍ତୁ କି ରାଜନେତାଙ୍କ କଥା ଏମାନଙ୍କୁ ନେଇ ଯେତେବେଳେ ଆୟକର ବିଭାଗରୁ କିଛି ଖବର ଆସେ ସାଧାରଣ ଭାବେ ଅନୁମାନ କରାଯାଏ ଯେ ଆୟକର ବିଭାଗ ଏମାନଙ୍କ ଘରେ ଚଢାଉ କରିଛି ନହେଲେ ଆୟକର ଫାଙ୍କିଥିବା ଅଭିଯୋଗରେ ଗିରଫ କରିଛି । ହେଲେ ଆପଣଙ୍କୁ ଆଜି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ଦେବାକୁ ଯାଉଛୁ । ସାଧାରଣ ଜଣେ ବସ୍ କଣ୍ଟକଟରରୁ ଦକ୍ଷୀଣ ସିନେମା ଜଗତରେ ସୁପର ଷ୍ଟାର ହୋଇଥିବା ରଜନୀକାନ୍ତଙ୍କୁ ଆୟକର ବିଭାଗ ପୁରସ୍କୃତ କରିଛି । ନିୟମିତ ଭାବେ ଆୟକର ଭରିବା ଓ ଆୟର କୌଣସି ଉତ୍ସକୁ ନ ଲୁଚାଇବା ଭଳି କାର୍ଯ୍ୟକୁ ଦେଖି ଚେନ୍ନାଇ ଆୟକର ବିଭାଗ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି ।

Advertisment

କହିରଖୁ କି ଦକ୍ଷୀଣ ଭାରତରେ ରଜନୀକାନ୍ତଙ୍କୁ ଭଗବାନ ଭଳି ସମ୍ମାନ ଦିଆଯାଇଥାଏ । ବଲିଉଡରୁ ଟଲିଉଡ ପର୍ଯ୍ୟନ୍ତ କଳାକାର ଓ ପ୍ରଯୋଜକଙ୍କ ନିକଟରେ ରଜନୀକାନ୍ତଙ୍କର ଏକ ଖ୍ୟାତି ରହିଛି । ଗତ ରବିବାର ଦିନ ଚେନ୍ନାଇ ଆୟକର ବିଭାଗ ପକ୍ଷରୁ ଆୟକର ଦିବସ ପାଳନ କରାଯାଇଥିଲା । ଏହି ପୁରସ୍କାର ସମାରୋହରେ ରଜନୀକାନ୍ତ ଅନୁପସ୍ଥିତ ରହିବାରୁ ତାଙ୍କ ଝିଅ ଐଶ୍ୱର୍ଯ୍ୟା ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ । ତେଲେଙ୍ଗାନା ରାଜ୍ୟପାଳ ଡ. ତାମିଲ ସାଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ଗ୍ରହଣ କରିବା ପରେ ଐଶ୍ୱର୍ଯ୍ୟ କହିଥିଲେ କି ରଜନୀକାନ୍ତଙ୍କୁ ବାପା ଭାବେ ପାଇ ସେ ବେଶ୍ ଗର୍ବିତ