ଚଳଚ୍ଚିତ୍ର ନିର୍ଦ୍ଦେଶକ ଶଙ୍କରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘୨.୦’ ଭାରତର ବଛା ବଛା କେତୋଟି ଚଳଚ୍ଚିତ୍ର ଭିତରୁ ଗୋଟାଏ। ଏହି ଚଳଚ୍ଚିତ୍ରଟିକୁ ନିର୍ମାଣ କରିବା ପାଇଁ ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି ନଭେମ୍ବର ୨୯ ତାରିଖରେ ଏହା ବିଶ୍ୱସ୍ତରୀୟ ରିଲିଜ୍ ହେବ।
ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ରଜନିକାନ୍ତ, ଅକ୍ଷୟ କୁମାର ଏବଂ ଆମି ଜାକସନ୍ ପ୍ରମୁଖ। ମୋବାଇଲ୍ ଫୋନ୍ ଆଜିକାଲି କେଉଁ ଭଳି ଭାବେ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ, ଏହା କିପରି ଆମ ଉପରେ ପ୍ରଭାବ ପକାଇଥାଏ ଏବଂ କେତେ କ୍ଷତିକାରକ ତାହାକୁ ନେଇ ଏହି ଚଳଚ୍ଚିତ୍ର। ତେବେ, ଆଶ୍ଚର୍ୟ୍ୟର କଥା ହେଉଛି ଏହି ଚଳଚ୍ଚିତ୍ରଟି ରିଲିଜ୍ ପୂର୍ବରୁ ସମସ୍ତ ରେକର୍ଡ ଭଙ୍ଗ କରି ସାରିଲାଣି। ଚଳଚ୍ଚିତ୍ରଟି ରିଲିଜ୍ ହେବା ପୂର୍ବରୁ ହିଁ ୧୨୦ କୋଟି ଆୟ କରିସାରିଲାଣି। ତାମିଲ୍ ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ରେକର୍ଡ ଭଙ୍ଗକାରୀ ଚଳଚ୍ଚିତ୍ର ହୋଇପାରେ ବୋଲି ଆଶା ରହିଛି। ରିଲିଜ୍ ପୂର୍ବରୁ ୧୦୦ କୋଟି ବ୍ୟବସାୟ କରିବାରେ ଏହା ହେଉଛି ପ୍ରଥମ ତାମିଲ୍ ଚଳଚ୍ଚିତ୍ର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/60886-20.jpg)
/kanak/media/post_attachments/wp-content/uploads/2018/11/2_660_112218071248-300x205.jpg)