ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ଅଜବ ନିଶା । ଛେଳି ବଳି ଦେଲେ ,ରକ୍ତରେ କଲେ ‘ଆନ୍ନାଥାଇ’ ପୋଷ୍ଟରର ଅଭିଷେକ

206

କନକ ବ୍ୟୁରୋ: ରିଲଜ୍ ହେବାକୁ ଯାଉଛି ସାଉଥ୍ ଲିଜେଣ୍ଡ ରଜନୀକାନ୍ତଙ୍କ ଅଭିନୀତ ‘ଆନ୍ନାଥାଇ’ ।ଏହାର ପ୍ରଥମ ପୋଷ୍ଟର ରିଲିଜ୍ ହେବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ହେଲେ ପ୍ରିୟ ଷ୍ଟାରଙ୍କ ପାଇଁ ଫ୍ୟାନ୍ସ ଏଭଳି କିଛି କାଣ୍ଡ କରିଛନ୍ତି ଯାହା ଆପଣଙ୍କୁ ଅତିଷ୍ଠ କରିପକାଇବ । ନିଜକୁ ରଜନୀକାନ୍ତଙ୍କ ଫ୍ୟାନ କହୁଥିବା ଏକ ଯୁବ ଗୋଷ୍ଠୀ କିଛି ଛେଳିଙ୍କୁ ବଳି ଦେବା ପରେ ସେମାନଙ୍କ ରକ୍ତରେ ‘ଆନ୍ନାଥାଇ’ଫିଲ୍ମ ପୋଷ୍ଟରର ଅଭିଷେକ କରିଛନ୍ତି । ଏହାକୁ ନେଇ ଅନ୍ୟ କିଛି ପ୍ରଶଂସକ କ୍ଷୋଭ ପ୍ରକାଶ କରିବା ସହ ‘ଅଲ ଇଣ୍ଡିଆ ରଜନୀକାନ୍ତ ରାଶିକାର୍ ମାନ୍ଦ୍ରାମ’ ନାଁରେ ଥିବା ଫ୍ୟାନ କ୍ଲବର ମୁଖ୍ୟ ବିଏମ ସୁଧାକର ଏହାକୁ ନିନ୍ଦା କରିଛନ୍ତି । କାହାର ପ୍ରଶଂସାରେ କୌଣସି ନିରୀହ ପ୍ରାଣୀଙ୍କୁ ହତ୍ୟା କରିବା ନିନ୍ଦନୀୟ  । ଆଗକୁ ଏପରି କିଛି ଅପ୍ରୀତିକର କାର୍ଯ୍ୟ ନକରିବାକୁ ମଧ୍ୟ ଚେତାଇଦେଇଛନ୍ତି । ରଜନୀକାନ୍ତଙ୍କ ଫଟୋକୁ ଦକ୍ଷିଣାଞ୍ଚଳରେ ଲୋକେ ଭଗବାନଙ୍କ ଭଳି ମାନନ୍ତି । ଏହା ପୂର୍ବରୁ ରଜନୀଙ୍କ ଫ୍ୟାନ ମାନେ ବିଭିନ୍ନ ଢଙ୍ଗରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । କେବେ କ୍ଷୀର ଢାଳି ତ କେବେ ଅପରିଜ୍ୟାପ୍ତ ଫୁଲରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଅନ୍ୟପଟେ ଏହି ଘଟଣାକୁ ନେଇ ରଜନୀକାନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ନଭେମ୍ବର ୪ ତାରିଖରେ ରିଲିଜ୍ ହେବାକୁ ଯାଉଛି  ‘ଆନ୍ନାଥାଇ’ । ଏହା ଏକ ଗ୍ରାମୀଣ ଜୀବନକୁ ନେଇ ଆଧାରିତ । ଏଥିରେ ଲିଡ ରୋଲରେ ଥିବା ରଜନୀକାନ୍ତଙ୍କ ସହ ଅଛନ୍ତି ନୟନତାରା, କିର୍ତ୍ତୀ ସୁରୋଶ, ପ୍ରକାଶ ରାଜ, ମୀରା, ଖୁସବୁ, ସୁନି, ସତୀଶ ଓ ଅନ୍ୟ ଦକ୍ଷିଣ କଳାକାର ।