କନକ ବ୍ୟୁରୋ : ଆଜି ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ସିନେମା ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଦକ୍ଷିଣ ଭାରତ ଉତ୍ସୁକତା ରହିଛି । ପ୍ରଶଂସକମାନେ ହଲ ସାମ୍ନାରେ ଭିଢ ଜମାଇଥିବା ଦେଖିବାକୁ ମିଳିଛି । ହଲ ସାମ୍ନାରେ ଫ୍ୟାନ୍ସମାନେ ଡାନ୍ସ କରୁଥିବା ଦେଖିବାକୁ ମଳିଛି । ଫିଲ୍ମଟି ଅଗ୍ରୀମ ଟିକେଟ ବୁକିଂରେ ୧୩ କୋଟି ଟଙ୍କା ସଂଗ୍ରହ କରିଛି । ଫିଲ୍ମରେ ରଜନୀକାନ୍ତ ଜଣେ ଜେଲର ଭାବେ ଅଭିନୟ କରିଛନ୍ତି ।

Advertisment

ସେ ଯେଉଁ ଜେଲରେ ସେହି ଜେଲର କୁଖ୍ୟାତ ଅପରାଧୀ ରହିଛନ୍ତି । ଆଉ ଅପରାଧୀଙ୍କୁ ମୁକୁଳାଇବାକୁ ଗୋଟିଏ ଗ୍ୟାଙ୍ଗ ପ୍ରୟାସ କରୁଛି । ଯାହାକୁ ନେଇ ଏହି ସିନେମାଟି ତିଆରି ହୋଇଛି । ରଜନୀକାନ୍ତଙ୍କ ପ୍ରଶଂସକଙ୍କୁ ଦୃଷ୍ଟିରେ ରଖି ଚେନ୍ନାଇ ଏବଂ ବାଙ୍ଗାଲୋରରେ ଛୁଟି ଘୋଷଣା କରାଯାଇଛି । ଏହା ସହିତ ଚେନ୍ନାଇ ଏବଂ ବାଙ୍ଗାଲୋରର କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ରଜନୀକାନ୍ତଙ୍କ ଫିଲ୍ମ ପାଇଁ ମାଗଣା ଟିକେଟ ବାଣ୍ଟିଛନ୍ତି ।