ପାଗଳ ହେଲେ ରଜନୀ ପ୍ରଶଂସକ ! ଭୋର ୪ ଟାରୁ ସିନେମା ଘରେ ବାଣ ଫୁଟାଇ ନାଚିଗାଇ ଉତ୍ସବ ପାଳିଲେ ରଜନୀ ଫ୍ୟାନ୍ସ । ଦେଖନ୍ତୁ ଭିଡିଓ

501

ଦକ୍ଷିଣ ଭାରତର ଲୋକପ୍ରିୟ ତଥା ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ୨.୦ ଆଜି ମୁକ୍ତିଲାଭ କରିଛି । ତେବେ ସବୁଥର ଭଳି ଏଥର ମଧ୍ୟ ରଜନୀଙ୍କ ପ୍ରଶଂସକ ପ୍ରତିଟି ସିନେମା ଘରରେ ଉତ୍ସବ ଭଳି ଏହି ଫିଲ୍ମକୁ ସ୍ୱାଗତ କରିଛନ୍ତି । କିଛି ସିନେମା ଘରେ ପ୍ରଶଂସକଙ୍କ ଉତ୍ସାହକୁ ଦେଖି ସକାଳ ୬ ଟାରୁ ଏହି ସିନେମାକୁ ରିଲିଜ୍ କରାଯାଇଛି । ଏହି ଫିଲ୍ମରେ ନିର୍ଦ୍ଧେଶକ ମୋବାଇଲକୁ ନେଇ ଦେଖାଯାଉଥିବା ବିପଦକୁ ଲୋକଙ୍କ ଆଗରେ ପ୍ରକାଶ କରିଛନ୍ତି । ତେବେ ଗତବର୍ଷ ପ୍ରେକ୍ଷାଳୟକୁ ଆସୁଥିବା ଏହି ସିନେମା କୌଣସି ଅସୁବିଧା ବଶତଃ ଚଳିତ ବର୍ଷ ରିଲିଜ୍ ହେଲା । ବର୍ଷେ ପୂର୍ବରୁ ହିଁ ଉଭୟ ରଜନୀ ଏବଂ ଅକ୍ଷୟଙ୍କ ଫ୍ୟାନ୍ସ ଫିଲ୍ମକୁ ଚାତକ ଭଳି ଚାହିଁ ରହିଥିଲେ । ଏବେ ସବୁ ପ୍ରତିକ୍ଷାର ଅନ୍ତ ଘଟି ଫିଲ୍ମ ବିଶ୍ୱସ୍ତରରେ ରିଲିଜ୍ ହୋଇଛି । କିନ୍ତୁ ମୁମ୍ବାଇ ଏବଂ ସାଉଥରେ ଏହାକୁ କୌଣସି ଉତ୍ସବ ଠାରୁ କମ୍ ମନାଯାଇ ନାହିଁ । ପୂଜାପାଠ ସହ ଆତସବାଜୀ ଫୁଟାଇ ଧୁମ୍ ନାଚି ପ୍ରଶଂସକ ସିନେମାକୁ ସ୍ୱାଗତ କରିଛନ୍ତି ।

ଦକ୍ଷିଣ ଭାରତର ସିନେମା ଘରେ ଫିଲ୍ମରେ ରଜନୀକାନ୍ତଙ୍କ ନାଁ ଆସିବାରୁ ପ୍ରଶଂସକ ସିଟରୁ ଠିଆ ହୋଇ ତାଙ୍କୁ ସମ୍ମାନ ଦେଲେ । ସୁତ୍ର ଅନୁସାରେ,୨.୦ ସିନେମାକୁ ୬୬୦୦ ପ୍ରେକ୍ଷାଳୟରେ ରିଲିଜ୍ କରାଯାଇଛି । ଯେଉଁଥିରେ ହିନ୍ଦୀରେ ୩୫୦୦,ତାମିଲ ୨୫୦୦ ଏବଂ ତେଲୁଗୁରେ ୬୦୦ ସ୍କ୍ରିନରେ ରିଲିଜ୍ କରାଯାଇଛି । ମଜା କଥା ହେଉଛି ଦକ୍ଷିଣ ଭାରତର ଏକ ସିନେମା ହଲରେ ରଜନୀକାନ୍ତଙ୍କ ଏଣ୍ଟ୍ରି ସମୟରେ ଫିଲ୍ମକୁ ୩ ମିନିଟ୍ ପଜ୍ କରିଦିଆଗଲା ଏବଂ ପ୍ରଶଂସକ ବାଜା ବଜାଇ ହଲରେ ହିଁ ନାଚିବାକୁ ଲାଗିଲେ । ବାଙ୍ଗାଲୋର ଏବଂ ଚେନ୍ନାଇରେ ସକାଳ ୬ ଟାରୁ ସିନେମା ଘରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଲୋକଙ୍କ କହିବାନୁସାରେ ସେ ଏଭଳି ସିନେମା ନିଜ ଜୀବନକାଳ ଭିତରେ କେବେ ଦେଖିନଥିଲେ ।

ମୁମ୍ବାଇରେ ସକାଳ ୪ ଟାରୁ ରଜନୀ ଫ୍ୟାନ୍ସ ଢୋଲବାଜା ସହ ଦୁଧ ଧରି ସିନେମା ଘରେ ପହଚିଂଥିଲେ । ସେଠାରେ ରଜନୀକାନ୍ତଙ୍କ ଏକ ଫଟୋକୁ ଦୁଧରେ ଗାଧୋଇ ଫୁଲମାଳ ପକାଇ  ବାଜା ବଜାଇ ନାଚି ସିନେମା ଘରକୁ ୬ ଟାରେ ପ୍ରବେଶ କରିଥିଲେ ।

ସେଭଳି ଆଉ ଏକ ସିନେମା ଘରେ ରଥରେ ରଜନୀଙ୍କ ଫଟୋକୁ ବଜାଇ ଜୟ ଜୟକାର କରି ହଲକୁ ପ୍ରବେଶ କରିଥିଲେ ପ୍ରଶଂସକ । ବଡ ତ ବଡ ପିଲାମାନେ ବି ଶରୀରରେ ରଜନୀଙ୍କ ଛବି ବନାଇଥିଲେ ।