କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ନେତାମାନଙ୍କ ଦଳ ବଦଳ ପ୍ରକ୍ରିୟା ଏବେ ଜୋର ଧରିଛି । ବିଶେଷକରି ତୃଣମୂଳ କଂଗ୍ରେସରୁ ତମାମ ନେତା ଆସି ବିଜେପିରେ ସାମିଲ ହେଉଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଏହାରି ଭିତରେ ଦିଦିଙ୍କ ବିଶ୍ୱସ୍ତ କୁହାଯାଉଥିବା ତୃଣମୂଳ କଂଗ୍ରେସ ନେତା ରାଜୀବ ବାନାର୍ଜୀ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଛନ୍ତି । କୁହାଯାଉଛି ଯେ, ସେ ବିଜେପିରେ ସାମିଲ ହେବେ ।
କିଛି ଦିନ ପୂର୍ବରୁ ରାଜୀବ ମମତା କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଆଜି ସେ ବିଧାୟକ ପଦରୁ ଇସ୍ତଫା ଦେଇ ଦିଲ୍ଲୀ ଯାଇଛନ୍ତି । ତେଣୁ ସେ ବିଜେପିରେ ସାମିଲ ହେବା ଏକ ପ୍ରକାର ପକ୍କା ବୋଲି ସୂଚନା ମିଳୁଛି । ତାଙ୍କ ସହ ତୃଣମୂଳ କଂଗ୍ରେସ ବିଧାୟକ ବୈଶାଳୀ ଡାଲମିଆ, ପ୍ରବୀର ଘୋଷାଲ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଏହି ନେତାମାନଙ୍କ ସହ ପଶ୍ଚିମବଙ୍ଗ ବିଜେପ ପ୍ରଭାରୀ କୈଳାସ ବିଜୟବର୍ଗୀୟ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ତେଣୁ ଏହି ଟିଏମସି ନେତା ଆଜି କିମ୍ବା କାଲି ବିଜେପିରେ ସାମିଲ ହୋଇପାରନ୍ତି।
ଏହାପୂର୍ବରୁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ ଦିଦିଙ୍କ ଶିବିର ଛାଡି ପଦ୍ମ ଧରିଥିଲେ । ତାଙ୍କ ପରେ ପରେ ଏକାଧିକ ନେତା ବିଜେପି ଶିବିରରେ ଯୋଗଦେବା ସହିତ ଦିଦିଙ୍କୁ ବାଏ ବାଏ କହିଥିଲେ । ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ନେତାମାନଙ୍କ ଏହି ଦଳବଦଳ ପ୍ରକ୍ରିୟାକୁ ନେଇ ରାଜନୀତି ଜୋର୍ ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2019/02/mamata-banerjee0507.jpg)