ନିଜ ଅଞ୍ଚଳର ନେତା ବାଛୁଛନ୍ତି ମତଦାତା । ରାଜଗାଙ୍ଗପୁର ରଣକ୍ଷେତ୍ରରେ ବାଜି ମାରିବ କିଏ ?

103

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ତେବେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ମତଦାତା । ସେପଟେ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଛାତିରେ ପସିଛି ଛନକା । କିଏ ମାରିବ ବାଜି ଆଉ ରାଜଗାଙ୍ଗପୁରରେ ରାଜ୍ କିଏ କରିବ ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ତେବେ ଆସନ୍ତୁ ଜାଣିବା ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ର ସମ୍ବନ୍ଧୀୟ କିଛି ରାଜନୈତିକ ପୃଷ୍ଠଭୂମିର ତଥ୍ୟ ।

୨୦୧୯ର ଲଢେଇ
ବିଜେଡି: ମଙ୍ଗଳା କିଷାନ
କଂଗ୍ରେସ: ଡକ୍ଟର ସିଏସଆର୍ ରାଜନ
ବିଜେପି: ନରସିଂହ ମିଞ୍ଜ

୨୦୧୯-ବିଜେଡି: ମଙ୍ଗଳା କିଷାନ
– ୫ ଥର ବିଧାୟକ
– ପୂର୍ବତନ ରାଜ୍ୟସଭା ସଦସ୍ୟ
– ରାଜ୍ୟ ଆଦିବାସୀ ହରିଜନ ସେଲ୍ ଅଧ୍ୟକ୍ଷ
– ଜଙ୍ଗଲ ଓ ଜଳସମ୍ପଦ ମନ୍ତ୍ରୀ ଥିଲେ

୨୦୧୯-କଂଗ୍ରେସ: ଡକ୍ଟର ସିଏସ୍ଆର୍ ରାଜନ
– ଅବସରପ୍ରାପ୍ତ କର୍ଣ୍ଣଲ
– ପୂର୍ବତନ ବିଧାୟକ ଖ୍ରୀଷ୍ଟୋଫର ଏକାଙ୍କ ପୁଅ
– ରାଜଗାଙ୍ଗପୁରରେ ଡାକ୍ତର ଅଛନ୍ତି
– ପ୍ରଥମଥର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି

୨୦୧୯-ବିଜେପି: ନରସିଂହ ମିଞ୍ଜ
– ଆଇନଜୀବୀରୁ ରାଜନୀତି
– ପୂର୍ବତନ ସରପଂଚ
– ପୂର୍ବତନ ବିଜେଡି ନେତା
– ୨ ବର୍ଷ ତଳେ ବିଜେପିରେ ସାମିଲ

ମୈଦାନରେ ମହିଳା ପ୍ରାର୍ଥୀ
– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
– ରାଜଗାଙ୍ଗପୁର, ରାଜଗାଙ୍ଗପୁର ବ୍ଳକ୍, ଲାଠିକଟା ବ୍ଳକ୍ ଏବଂ କୁତ୍ରା ବ୍ଳକର କିଛି ଅଂଚଳକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ

ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ମଙ୍ଗଳା କିଷାନ ଦଳର ବରିଷ୍ଠ ନେତା ଏବଂ ୫ ଥର ବିଧାୟକ, ମନ୍ତ୍ରୀ ଏବଂ ରାଜ୍ୟସଭା ସଦସ୍ୟ ରହିସାରିଛନ୍ତି

– ବିଜେଡି ଛାଡି ବିଜେପି ଆସିଥିବା ଏବଂ ପୂର୍ବତନ ସରପଂଚ ନରସିଂହ ମିଞ୍ଜଙ୍କୁ ବିଜେପି ପ୍ରାର୍ଥୀ କରିଛି

– ରାଜଗାଙ୍ଗପୁରର ଡାକ୍ତର ଏବଂ ପୂର୍ବତନ ବିଧାୟକଙ୍କ ପୁଅ ଡକ୍ଟର ସିଏସ୍ଆର୍ ରାଜନ ହୋଇଛନ୍ତି କଂଗ୍ରେସର ପ୍ରାର୍ଥୀ

ରାଜଗାଙ୍ଗପୁର ବିଧାନସଭା ଆସନ
– ୧୯୫୧ରେ ଗଠନ ହୋଇଥିଲା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ
– ସୁନ୍ଦରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– ମଙ୍ଗଳା କିଷାନ ୫ ଥର ବିଧାୟକ
– କଂଗ୍ରେସର ଗ୍ରେଗୋରୀ ମିଞ୍ଜ ୨ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୫ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୩୦ ହଜାର ୨୧୩
– ମତ ଦେଇଥିଲେ – ୧ ଲକ୍ଷ ୫୯ ହଜାର ୬୭୫
– ଭୋଟଦାନ ହାର – ୬୯.୩୬%

୨୦୧୪ର ଫଳାଫଳ
ପ୍ରାର୍ଥୀ                ଦଳ       ଭୋଟ         ପ୍ରତିଶତ       ଫଳାଫଳ
ମଙ୍ଗଳା କିଶାନ     ବିଜେଡି    ୫୪,୫୯୬   ୩୪.୧୯%   ବିଜୟୀ
ଗ୍ରେଗୋରୀ ମିଞ୍ଜ   କଂଗ୍ରେସ   ୪୪,୫୬୦   ୨୭.୯୧%   ପରାସ୍ତ
ଉପେନ୍ଦ୍ର ପ୍ରଧାନ    ବିଜେପି    ୨୮,୬୯୪   ୧୭.୯୭%   ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡ଼ିର ମଙ୍ଗଳା କିଶାନ ନିର୍ବାଚନ ଜିତିଥିଲେ
– ୫୪ ହଜାର ୫୯୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରୀ ମିଞ୍ଜଙ୍କୁ ପରାସ୍ତ କରିଥିଲେ
– ୧୦ ହଜାର ୩୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୧୧ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ