କନକ ବ୍ୟୁରୋ: ରହସ୍ୟ ବଢାଇଲା ବନ୍ଦ ଘରୁ ବାହାରୁଥିବା ମୃତଦେହର ପଚା ଗନ୍ଧ । ରାଜଗାଙ୍ଗପୁର ଆଇଟି କଲୋନୀରେ ଥିବା ପ୍ରମୋଦ ରାଉତଙ୍କ ଘରୁ ଏପରି ଦୁର୍ଗନ୍ଧ ବାହାରୁଛି । ଗତକାଲିଠାରୁ ଘରର କବାଟ ଭିତରପଟୁ ବନ୍ଦ ରହିଛି । ତେବେ ପ୍ରମୋଦ ରାଉତ ଏହି ଘରକୁ କାଂଶବାହାର ଗୋଆଲପଡାର ଜଣେ ବ୍ୟକ୍ତି ରଞ୍ଜିତ ପ୍ରସାଦଙ୍କୁ ଭଡାରେ ଦେଇଥିଲେ । ଘରେ ରଞ୍ଜିତଙ୍କ ସହ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅ ରହୁଥିଲେ ।
ଏହି ପରିବାରକୁ ପଡିଶା ଲୋକେ ଗୁରୁବାର ଦେଖିଥିବାବେଳେ ପରେ ଆଉ ଦେଖିନଥିବା କହିଛନ୍ତି । ତେଣୁ ସେହି ଘରୁ ମୃତଦେହର ଗନ୍ଧ ବାହାରୁଥିବାରୁ କେହି ଆତ୍ମହତ୍ୟା କରିଥିବା ସନ୍ଦେହ ବଢିବାରେ ଲାଗିଛି । ତେବେ ପରିବାରର କେହି ଜଣେ ସଦସ୍ୟ ଆତ୍ମହତ୍ୟା କରିଥିଲେ ଅନ୍ୟମାନେ କୁଆଡେ ଗଲେ ତାହା ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି । ମାଜଷ୍ର୍ଟ୍ରେଟଙ୍କ ଉପସ୍ଥିତିରେ ଘରର କବାଟ ଖୋଲାଯିବ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/BAND-GHARE.jpg)
/kanak/media/post_attachments/wp-content/uploads/2020/01/vlcsnap-2020-01-11-13h53m52s33.png)