କନକ ବ୍ୟୁରୋ: ଉଷ୍ମ ହେଲାଣି ନିର୍ବାଚନୀ ମାହୋଲ । ଟିକେଟ୍ ବଣ୍ଟାକୁ ନେଇ ଆରମ୍ଭ ହେଲାଣି କସରତ । କାହାକୁ ମିଳିବ ଟିକେଟ୍, କାହାର କଟିବ, ତାକୁ ନେଇ ଜାରି ରହିଛି ଛକାପଞ୍ଝା । ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କାହାକୁ ମିଳିବ ବିଜେଡି ଟିକେଟ, ତାକୁ ନେଇ ଆରମ୍ଭ ହୋଇଛି ଲବି । ବିଧାୟକ ପ୍ରାର୍ôଥ ଭାବେ ପୂର୍ବତନ ବିଧାୟକ ମଙ୍ଗଳା କିଷାନଙ୍କର ପୁଅ ବିଜେଡିରେ ଯୋଗଦେବା ପରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଏହାକୁ ନେଇ ଦଳ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଆଶାୟୀ ପ୍ରାର୍ôଥ ମାନେ ଏକଜୁଟ ହୋଇ ଫାଇଭ-ଟି ସଚିବଙ୍କୁ ଚିଠି ଲେଖି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ।

ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
- ୧୯୮୫ରୁ ୨୦୦୦ ପର୍ଯ୍ୟନ୍ତ ଲଗାତର ବିଧାୟକ ହୋଇଥିଲେ ମଙ୍ଗଳା କିଷାନ
- ୨୦୦୪ ଓ ୨୦୦୯ରେ ବିଜୟୀ ହୋଇଥିଲେ
- ୨୦୧୪ରେ ବିଜେଡି ଟିକେଟରୁ ଜିତିଥିଲେ ମଙ୍ଗଳା କିଷାନ
- ୨୦୧୯ରେ ରାଜଗାଙ୍ଗପୁରରେ ହୋଇଥିଲା ତ୍ରିମୁଖୀ ଲଢ଼େଇ
- କଂଗ୍ରେସ ପ୍ରାର୍ଥୀ ରାଜନ ଏକ୍କା ପାଇଥିଲେ ୫୩ ହଜାର ୯୧୮ ଖଣ୍ଡ ଭୋଟ୍
- ମାତ୍ର ୯୪୬ ଭୋଟ୍ରେ ପରାଜିତ ହୋଇଥିଲେ ମଙ୍ଗଳା କିଷାନ

ନିଜେ ମଇଦାନକୁ ନଓହ୍ଲାଇ ପୁଅ ଅନୀଲ ବରୁଆଙ୍କୁ ଟିକେଟ୍ ଦେବାକୁ ନେଇ ବିଜେଡିରେ ଅସନ୍ତୋଷ ଦେଖା ଦେଇଛି । ଆଉ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ୮ଜଣ ଆଶାୟୀ ପ୍ରାର୍ôଥ ଫାଇଭ-ଟି ଅଧକ୍ଷ୍ୟଙ୍କୁ ଏକ ସ୍ମାରକ ପତ୍ର ଦେଇ ଏହାର ପ୍ରତିବାଦ କରିଛନ୍ତି । ଏହାସହିତ ଏଠାରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳର ସୁପ୍ରିମୋଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ନେତା । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ତେଜିଥିବା ଗୋଷ୍ଠୀ ବିବାଦ ନିର୍ବାଚନ ପୁର୍ବରୁ ସାମାଧାନ କରାଯିବ ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ ।