ରାଜଗାଙ୍ଗପୁରରେ ଅଭାବନୀୟ ଚିତ୍ର । ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୪ ଜଣଙ୍କର ଯାଇଛି ଜୀବନ

195

କନକ ବ୍ୟୁରୋ : ଶ୍ୱାସରୁଦ୍ଧ ହୋଇ ଯାଇଛି ଗୋଟିଏ ପରିବାରର ୪ ଜୀବନ । କୋଇଲା ଆଂଚ ଲଗାଇ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ କାଂଶବାହାର ଗୋଆଲପଡାର ରଞ୍ଜିତ ପ୍ରସାଦଙ୍କ ପରିବାରର ସମସ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରାଜଗାଙ୍ଗପୁର ଆଇଟି କଲୋନୀରେ ଥିବା ପ୍ରମୋଦ ରାଉତଙ୍କ ଘରେ ଭଡାରେ ରହୁଥିଲେ ରଞ୍ଜିତଙ୍କ ପରିବାର ।

ଘରୁ ଦୁର୍ଗନ୍ଧ ବାହାରିପାରେ ପରେ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର କବାଟ ଖୋଲା ହେବା ପରେ ରଞ୍ଜିତଙ୍କ ସହ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅର ମୃତଦେହ ଉଦ୍ଧାର ହୋଇଥିଲା ।