କନକ ବ୍ୟୁରୋ: ବଦଳିବେ ବିଏମସି କମିଶନର । ରାଜେଶ ପ୍ରଭାକର ପାଟିଲ ହେବେ ବିଏମସିର ନୂଆ କମିଶନର । ବିଜୟ ଅମୃତା କୁଲାଙ୍ଗେ ମାସେ ଛଟିରେ ଯାଉଥିବାରୁ ରାଜେଶ ପ୍ରଭାକରଙ୍କୁ ଏହି ଦାୟିତ୍ୱ ଦିଆଯାଉଛି । ତେବେ ଛୁଟିରୁ ଫେରିବା ପରେ ବିଜୟ ଅମୃତା କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ସୂଚନା ରହିଛି । ସୂଚନା ମୁତାବକ, ରାଜେଶ ପ୍ରଭାକର ବିଏମସି କମିଶନର ଦାୟିତ୍ୱ ସହ ସମନ୍ୱୟ ବିଭାଗର ସଚିବ ମଧ୍ୟ ରହିବେ ।